କରୋନାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ ସଙ୍ଗରୋଧ 

200

କନକ ବ୍ୟୁରୋ: କରୋନାକୁ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । କହିଲେ ପଶ୍ଚିମବଙ୍ଗରେ ଦିନକୁ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନରେ ସଙ୍ଗରୋଧରେ ରହିବେ । ପଶ୍ଚିମବଙ୍ଗରୁ ଫେରିଲେ ଆରଟିପିସିଆର ରିପୋର୍ଟ ସହ ଟିକା ନେଇଥିବା ଦୁଇଟି ଡୋଜର ସାର୍ଟିଫିକେଟ ଦେବା ଆବଶ୍ୟକ । ଏହି ରିପୋର୍ଟ ଦେଲେ ଘରକୁ ଯାଇ ସଙ୍ଗରୋଧରେ ରହିପାରିବେ ।

ଯଦି ପଶ୍ଚିମବଙ୍ଗରୁ ଫେରିଲା ବେଳେ ଏହି ସାର୍ଟିଫିକେଟ ନଥିବ ତେବେ ଟିଏମସିରେ ରହିବେ । ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଚେକିଂ କଡାକଡି କରାଯିବ । ଏହି ନିୟମ କାଲିଠାରୁ ଲାଗୁ ହେବ । ସେହିପରି ଯଦି ବିମାନରେ ପଶ୍ଚିମବଙ୍ଗରୁ ଆସୁଥାନ୍ତି ତେବେ ୧୪ ଦିନ ସଙ୍ଗରୋଧରେ ରହିବେ ।

ପଡୋଶୀ ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ ହୋଇଛି । ଏହି ଭାଇରସ ବାହାରିବା ପରେ ଏବେ ସତର୍କ ହୋଇଛନ୍ତି ସରକାର ।