ମଦ ମାରୁଛି ମଣିଷ: ୟୁପି-ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ବିଷାକ୍ତ ମଦ, ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି

ତରବରିଆ ଭାବେ ଏସଆଇଟି ଗଠନ କଲେ ଯୋଗୀ ଆଦିତ୍ୟନାଥ

107

କନକ ବ୍ୟୁରୋ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ବିଷାକ୍ତ ମଦରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଷାକ୍ତ ମଦରେ ମୃତ୍ୟୁ ସଂଖ୍ୟା ୧୧୬ରେ ପହଂଚିଛି । ଶତାଧିକ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନେକଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଉତ୍ତରପ୍ରଦେଶର ଅଧିକାଂଶ ମୃତ୍ୟୁ ଶାହାରନପୁର ଓ କୁଶିନଗରରେ ହୋଇଛି । ସେପଟେ ମଦମୃତ୍ୟୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

Source:News18.com

ପ୍ରିୟଙ୍କା ଗାନ୍ଧି ଅଭିଯୋଗ ଆଣିଛନ୍ତି, ଦୁଇ ରାଜ୍ୟରେ ଅବୈଧ ମଦ କାରବାର ଚାଲିଛି । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ୟୁପି ସରକାରଙ୍କୁ ଘେରିଛନ୍ତି । ବିରୋଧୀଙ୍କ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତରବରିଆ ଭାବେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଦୋଷୀଙ୍କୁ ଛଡାଯିବ ନାହିଁ । ଏ ନେଇ ସେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମଦମୃତ୍ୟୁ ପଛରେ ଷଡଯନ୍ତ୍ର ଥାଇପାରେ ବୋଲି ବି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

Firstpost Hindi

ସେହିପରି ଉତରାଖଣ୍ଡରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଉତରାଖଣ୍ଡର ହରିଦ୍ୱାର ଜିଲ୍ଳାରେ ଏହି ମୃତ୍ୟୁ ହୋଇଛି । ମଦମୃତ୍ୟୁ ପରେ ଉଭୟ ରାଜ୍ୟରେ ଅବକାରୀ ପଦାଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି ଉଭୟ ରାଜ୍ୟ ସରକାର ।