୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ । ଜିଲ୍ଲା ଗୁଡ଼ିକର ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଭଳି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ।

322

କନକ ବ୍ୟୁରୋ: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ପ୍ରମୁଖ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ । ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ପି.କେ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ ରାୟଗଡା ଜିଲ୍ଲା ପାଇଁ ଦାୟିତ୍ୱ ମିଳିଛି ।

ସେହିଭଳି କୋରାପୁଟ ଜିଲ୍ଲାର ଜନହିତକାରୀ ବିକାଶ ପାଇଁ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପଞ୍ଚାୟତିରାଜ ସଚିବ ଡି.ଆର.କେ ସିଂହଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ୱ ମିଳିଛି । ଅନ୍ୟପଟେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର ଜିଲ୍ଲା ପାଇଁ ଦାୟିତ୍ୱ ମିଳିଥିବାବେଳେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ନୂଆପଡା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଦକ୍ଷତା ବିକାଶ ବିଭାଗ ସଚିବ ଏସ.କେ ସିଂଙ୍କୁ ଗଜପତି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଆଉ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବଲାଙ୍ଗୀର ଦାୟିତ୍ୱ ମିଳିଥିବାବେଳେ ଖାଦ୍ୟ ଯୋଗାଣ ସଚିବ ଭି.ଭି ଯାଦବଙ୍କୁ ମାଲକାନଗିରି ଦାୟିତ୍ୱ ଦିଆଯାଇଛି । ତେବେ ଏହି ଆକାଂକ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯିବ ସେନେଇ କାର୍ଯ୍ୟ କରିବେ ଏହି ୧୦ ବରିଷ୍ଠ ଆଇଏଏସ ଅଧିକାରୀ ।