ସାମ୍ନାକୁ ଆସୁଛି ଅର୍ଚ୍ଚନାଙ୍କ ନାଗଫାଶର କାହାଣୀ : କେମିତି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲା, ସାଂଘାତିକ ଅଭିଯୋଗ ଆଣିଲେ ବ୍ୟବସାୟୀ

1,581

କନକ ବ୍ୟୁରୋ : ହନିଟ୍ରାପରେ ଫସାଇ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଜଣେ ବ୍ୟବସାୟୀ । କେମିତି ତାଙ୍କୁ ଫସାଇ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଥିଲା, କନକ ନ୍ୟୁଜ ଆଗରେ ବଖାଣିଛନ୍ତି ଭୁବନେଶ୍ୱରର ଶଶାଙ୍କ ଶେଖର ସାହୁ । ଅର୍ଚ୍ଚନା କିପରି ଧନୀ ଲୋକଙ୍କୁ ଟାର୍ଗେଟ କରୁଥିଲେ, ତାହା ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି, ୪ ବର୍ଷ ତଳେ ଜଣେ ବରିଷ୍ଠ ଅଫିସରଙ୍କ ନିକଟକୁ ଯାଇଥିବା ବେଳେ ପ୍ରଥମେ ଅର୍ଚ୍ଚନାଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରେ ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ ଅର୍ଚ୍ଚନା । ଏହା ପରେ ହନିଟ୍ରାପର ଜାଲ୍ ବିଛାଇଥିଲେ ଅର୍ଚ୍ଚନା । ଫୋନ କରି ଟଙ୍କା ମାଗିବା ସହ ଟଙ୍କା ବଦଳରେ ସମ୍ପର୍କ ରଖିବା ପାଇଁ ଖୋଲାଖୋଲି କହିଥିଲେ । ଏହାକୁ ଆଡେଇ ଯାଇଥିବାରୁ ଅଳ୍ପକେ ଅର୍ଚ୍ଚନାଙ୍କ ନାଗଫାଶରୁ ବର୍ତ୍ତି ଯାଇଥିଲେ ବୋଲି କହିଛନ୍ତି ବ୍ୟବସାୟୀ ଶଶାଙ୍କ ଶେଖର ସାହୁ ।