ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ବେଲ୍ ନା ଜେଲ୍ ? ଆଜି ଜାମିନ ଆବେଦନ ଉପରେ ଶୁଣାଣି; ଭିଡିଓ କନଫରେନ୍ସଂରେ ଶୁଣାଣିକୁ ନେଇ ଉଠିଲା ପ୍ରଶ୍ନ

109

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲା । ଆଜି ଜାମିନ ଆବେଦନର ଶୁଣାଣି ହେବ । ଏହାରି ଭିତରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଅର୍ଚ୍ଚନାଙ୍କ ସହ କିଛି ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା, ଶିଳ୍ପପତିଙ୍କ ସମ୍ପର୍କ ଥିବା କୁହାଯାଉଥିବା ବେଳେ ପୁଲିସର ଜେରାକୁ ନେଇ ପ୍ରଶ୍ନ ଉଠିଛି । ବଡ ବଡ ଅପରାଧିଙ୍କୁ ପୁଲିସ ନେଇ କୋର୍ଟରେ ହାଜର କରୁଥିବା ବେଳେ କାହିଁକି ଅର୍ଚ୍ଚନା ନାଗଙ୍କୁ ଭିଡିଓ କନଫରେନ୍ସିଂ ଯୋଗେ ହଜାର କରାଉଛି । ଏବଂ କାହିଁକି ପୁଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଥାନାରେ ପଚରାଉଚରା କରିବା ପରିବର୍ତ୍ତେ ଜେଲ ଭିତରେ ଜେରା କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଏପଟେ ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । କିନ୍ତୁ ସମାନ ଅଭିଯୋଗ ଥାଇ ମଧ୍ୟ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ପ୍ରଶ୍ନ ଉଠୁଛି, ସମାନ ଏତଲା ହୋଇଥିଲେ ପୋଲିସ କାହିଁକି ସେମାନଙ୍କୁ ଅନୁକମ୍ପା ଦେଖାଉଛି । କାହାର ରହିଛି କି ଚାପ । ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ । କିନ୍ତୁ ପ୍ରଶ୍ନ ଉଠୁଛି ଏହି ମାମଲାରେ ଅର୍ଚ୍ଚନାଙ୍କୁ ବାଦ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଖୁଲମ ଖୁଲ୍ଲା ବାହାରେ ବୁଲୁଛନ୍ତି । ରାଜ୍ୟର ସବୁଠୁ ବଡ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଗିରଫ ପରେ ତଦନ୍ତ ଟିକେ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି ।