ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ । ମଧ୍ୟାହ୍ନ ୧୨ ଟା ସୁଦ୍ଧା ୪୦.୯୭ ପ୍ରତିଶତ ମତଦାନ

88

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଆଜି ୪୩ ଟି ଆସନ ପାଇଁ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ବିଜେପିର ବରିଷ୍ଠ ନେତା ମୁକୁଲ ରାୟଙ୍କ ସମେତ ୩୦୬ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ଅନ୍ୟପଟେ ଭୋଟଦାନ କେନ୍ଦ୍ର ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି । ଭୋଟଦାନ ବେଳେ ହିଂସା ରୋକିବାକୁ କେନ୍ଦ୍ରୀୟ ସୁରକ୍ଷାବଳର ୧୦୭୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହି ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳମାନଙ୍କର ନଜର ମତୁଆ ସଂପ୍ରଦାୟ ଉପରେ ରହିଛି । ଏହାସହ ୨୪ ପ୍ରଙ୍ଗଣା ର ୧୭ ଆସନ ଓ ନଦିଆ ଜିଲ୍ଲାର ୯ ଟି ଆସନ ଉପରେ ନଜର ରହିଛି ।

ଅନ୍ୟପଟେ ୨୪ ପ୍ରଙ୍ଗଣା ବିଜପୁର  ଆସନରେ ବୁଥ୍ ନଂ ୭୦ ରେ ଟିଏମସି ନେତା ମାଧବ ଦାସଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଟିଏମସି ଅଭିଯୋଗ କରିଛି ।