ଅକ୍ସିଜେନର ଅଭାବ : ଜାଣନ୍ତୁ ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ? ଅକ୍ସିଜେନ ଯୋଗାଣରେ କେଉଁଠି ରହୁଛି ସମସ୍ୟା ?

298

କନକ ବ୍ୟୁରୋ : କରୋନା ସଂକ୍ରମଣର ମହାସଙ୍କଟ ଭିତରେ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ହାହାକାର ସୃଷ୍ଟି କରିଛି। ଅକ୍ସିଜେନ୍‌କୁ ଅପେକ୍ଷା କରି ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ଅନେକ କୋଭିଡ୍‌ ରୋଗୀ ଆଖି ବୁଜି ଦେଉଥିବା ବେଳେ ଅକ୍ସିଜେନ୍‌କୁ ନେଇ ରାଜନୀତି ମଧ୍ୟ କିଛି କମ୍‌ ହେଉନାହିଁ। ପଂଜାବ, ମହାରାଷ୍ଟ୍ର ସରକାର ଅକ୍ସିଜେନ୍‌ ଅଭାବ ପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରୁଥିବା ବେଳେ ହରିୟାଣା ସରକାର ଦିଲ୍ଲୀର ଆପ୍‌ ସରକାର ଉପରେ ଦୋଷ ଲଦିଛନ୍ତି । ଏଭଳି ଅକ୍ସିଜେନ୍ ଅଭାବ ସାରା ଦେଶରେ ଚିନ୍ତାର କାରଣ ପାଲଟିଛି । ଜାଣନ୍ତୁ ଅକ୍ସିଜେନ୍ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ।

ଦେଶରେ ଅକ୍ସିଜେନର ଅଭାବ ?

– କ’ଣ ଦେଶରେ ଅକ୍ସିଜେନର ଅଭାବ ରହିଛି ?
– ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ?
– ହସ୍ପିିଟାଲ ଗୁଡିକରେ କେତେ ଅକ୍ସିଜେନ୍ ଆବଶ୍ୟକ ହେଉଛି ?
– ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣରେ କ’ଣ ରହିଛି ସମସ୍ୟା ?
– ଦେଶରେ ମହଜୁଦ ଥିବା ଅକ୍ସିଜେନ୍ କେତେ ଦିନ ଯିବ?

ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ? ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିୟାଲ ଗ୍ୟାସେଜ ମ୍ୟାନୁଫ୍ୟାକ୍ଚର୍ସ ଆସୋସିଏସନର ସୂଚନା

– ଷ୍ଟିଲ ପ୍ଲାଂଟ ସମେତ ଦେଶରେ ପ୍ରତ୍ୟେକଦିନ ୭,୩୦୦ ମାଟ୍ରିକ ଟନ୍ ଗ୍ୟାସ ଉତ୍ପାଦନ ହେଉଛି
– ବଡ ଉତ୍ପାଦକ ହେଲେ ଆଇନକ୍ସ ଏୟାର ପ୍ରଡକ୍ଟସ, ଗୋଏଲ ଏମଜି ଗ୍ୟାସେସ ପ୍ରାଇଭେଟ୍ ଲିମିଟେଡ୍, ନ୍ୟାସନାଲ ଅକ୍ସିଜେନ୍ ପ୍ରମୁଖ
– ଦେଶରେ ପ୍ରାୟ ୫୮ ହଜାର ମେଟ୍ରିକ ଟନ୍ ଅକ୍ସିଜେନ ମହଜୁଦ ରହିଛି
– ତା ଭିତରୁ ମେଡିକାଲ ଅକ୍ସଜେନର ମାତ୍ରା ପ୍ରାୟ ସାଢେ ୨୩ ହଜାର ମେଟ୍ରିକ ଟନ୍

ଅକ୍ସିଜେନ୍ ଉତ୍ପାଦନ ଓ ଚାହିଦା ଭିତରେ ଅଛି କି ଅନ୍ତର ?

– ଦେଶକୁ ଏବେ ପ୍ରତ୍ୟେକ ଦିନ ୪, ୮୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଆବଶ୍ୟକ
– କିନ୍ତୁ ପ୍ରତ୍ୟେକ ଦିନ ଯୋଗାଣ ହେଉଛି ୩, ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍
– ଅର୍ଥାତ ଆବଶ୍ୟକ ଓ ଯୋଗାଣ ଭିତରେ ପ୍ରାୟ ୧, ୧୦୦ ମେଟ୍ରିକ ଟନର ଅନ୍ତର

ଅକ୍ସିଜେନ ଯୋଗାଣରେ କେଉଁଠି ରହୁଛି ସମସ୍ୟା ?

– ଦେଶରେ ଅକ୍ସିଜେନର ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଛି
– ଯେତିକି ଆବଶ୍ୟକ, ତାଠାରୁ ଢେର ଅଧିକ ଅକ୍ସିଜେନ୍ ଗଚ୍ଛିତ ଅଛି
– ହେଲେ ଅକ୍ସିଜେନ୍ ଯୋଗାଣରେ ସମସ୍ୟା ଦେଖାଦେଇଛି
– ଏଥିପାଇଁ ମୁଖ୍ୟତଃ ଟ୍ରାନ୍ସପୋର୍ଟ ନେଟ୍ୱର୍କରେ ସମସ୍ୟା ରହିଛି
– ଅକ୍ସିଜେନ୍ ଉତ୍ପାଦନ ପରେ କ୍ରାୟୋଜେନିକ ଟ୍ରକରେ ବିତରଣ କେନ୍ଦ୍ର ନିଆଯାଏ
– ରିପୋର୍ଟ ଅନୁସାରେ ଦେଶରେ ୧୨୦୦ରୁ ୧୫୦୦ କ୍ରାୟୋଜେନିକ ଟ୍ରକ ରହିଛି
– କରୋନା ସଂକଟ ସମୟରେ ଏହି ସଂଖ୍ୟା ଅତି କମ୍ ବୋଲି କୁହାଯାଉଛି
– କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନର ବିତରଣ ପ୍ରକ୍ରିୟା ଫେଲ ମାରୁଛି

ଅକ୍ସିଜେନକୁ ନେଇ ଅନ୍ୟାନ୍ୟ ସମସ୍ୟା

– ଅକ୍ସିଜେନ୍କୁ ସଂରକ୍ଷଣ କରିବା ପାଇଁ ଆବଶ୍ୟକ ସିଲିଣ୍ଡରର ଘୋର ଅଭାବ ରହିଛି
– ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କୁ ଅଧିକ ଅକ୍ସିଜେନ୍ ସପୋର୍ଟ ଦରକାର ପଡୁଛି
– କରୋନାର ପ୍ରଥମ ଲହର ପରେ ଦ୍ୱିତୀୟ ଲହର ପାଇଁ ସରକାର ପ୍ରସ୍ତୁତି କରିନଥିଲେ
– ୧୬୨ ଅକ୍ସିଜେନ୍ ପ୍ଲାଂଟକୁ ଅନୁମୋଦନ କରିଥିବା ସୂଚନା ଦେଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
– ହେଲେ ଦେଶରେ ମାତ୍ର ୩୩ଟି ଅକ୍ସିଜେନ୍ ପ୍ଲାଂଟ୍ କାର୍ଯ୍ୟକ୍ଷମ ହୋଇପାରିଛି
– ଏପ୍ରିଲ ଶେଷ ସୁଦ୍ଧା ୫୯ଟି ଓ ମେ’ ଶେଷ ସୁଦ୍ଧା ୭୦ଟି କାର୍ଯ୍ୟକ୍ଷମ ହେବା ଯୋଜନା ଥିଲା