ସାଧାରଣତନ୍ତ୍ର ଦିବସରେ ଛାତ୍ରୀଙ୍କ ଭାଷଣ ଭିଡିଓ ଭାଇରାଲ । ସମ୍ବିଧାନର ଜଟିଳ ଅଙ୍କ ବୁଝାଇଲେ ଜଟଣୀର କୁନି ଝିଅ । 

115

କନକ ବ୍ୟୁରୋ : କୁନି ଛାତ୍ରୀଙ୍କ ମୁହଁରେ ଦେଶପ୍ରେମର କଥା । ଆକର୍ଷଣୀୟ ଉପସ୍ଥାପନ ଶୈଳୀ ମାଧ୍ୟମରେ ଗଣତନ୍ତ୍ର ଦିବସରେ ଭାଷଣ ଦେଉଥିବା ୭ବର୍ଷର କୁନି ପିଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି  । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ଓଗାଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଛାତ୍ରୀଙ୍କ ଭାଷଣ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ଛାତ୍ରୀ ଜଣକ ନିଜ ଭାଷଣରେ ସ୍ୱାଧିନତା ସଂଗ୍ରାମ ଓ ସମ୍ବିଧାନ ପ୍ରଣୟନ ଭଳି କଷ୍ଟକର ବିଷୟକୁ ଅତି ସରଳ ଭାବରେ ବୁଝାଇ ଦେଉଛନ୍ତି  ।

୨ ମିନିଟ ୩୫ ସେକେଣ୍ଡର ଏହି ଭିଡିଓ ଯିଏ ଦେଖିବ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବ ।  ଦରୋଟି କଂଠରେ ଦେଶର ସମ୍ବିଧାନ  କଥା  ଅତି  ସରଳ ଭାବରେ ବୁଝାଇ  ସମସ୍ତଙ୍କ ମନ କିଣି ପାରିଛି । ଦେଶର ସମ୍ବିଧାନ କିପରି ତିଆରି ହୋଇଥିଲା ଓ କାହାକୁ ଏହି ଦାୟିତ୍ୱ  ନ୍ୟସ୍ତ କରାଯାଇଥିଲା ତାକୁ ବେଶ ପ୍ରାଂଜଳ ଭାବେ କହି ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।