ବିରୋଧୀଙ୍କ ଟାର୍ଗେଟରେ ଶାସକ ଦଳର ୟଙ୍ଗ୍ ବ୍ରିଗେଡ୍ : ଶତଚେଷ୍ଟା ପରେ ବି ଫେଲ ମାରିଲା ସର୍ବଦଳୀୟ ବୈଠକ

33

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ନବୀନଙ୍କ ଟିମରେ ଚର୍ଚ୍ଚାରେ ଥିବା ବରିଷ୍ଠ ଓ କନିଷ୍ଠ ବିବାଦକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ସର୍ବଦଳୀୟ ବୈଠକରେ ଯୁବ ମନ୍ତ୍ରୀଙ୍କୁ ସ୍ଥାନ ଦେଇ ଏହାକୁ ନବୀନ ପ୍ରମାଣିତ କରିଛନ୍ତି ବୋଲି ବିରୋଧୀଙ୍କ ଯୁକ୍ତି । ଯାହା ସର୍ବଦଳୀୟ ବୈଠକ ଭଣ୍ଡୁର ହେବାର ପ୍ରମୁଖ କାରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅନଭିଜ୍ଞ ଯୁବ ମନ୍ତ୍ରୀ ସର୍ବଦଳୀୟ ବୈଠକ ପରି ଗୁରୁତ୍ୱପୂର୍ଣ୍ଣ ବୈଠକ ପରିଚାଳନା କରିବାରୁ ସମାଧାନର ବାଟ ବାହାରି ପାରୁନି ବୋଲି ବିରୋଧୀଙ୍କ ଅଭିଯୋଗ । ଯେଉଁଠି ସର୍ବଦଳୀୟ ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ, ଉପ-ମୁଖ୍ୟସଚେତକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଲେ, ଏହାର ପରିଚାଳନା ଦାୟିତ୍ୱରେ ରହିଲେ ୪ ଜଣ ଯୁବ ମନ୍ତ୍ରୀ । ବୈଠକକୁ ନିଜେ ନ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଲେ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ ଓ ସଂଜୟ ଦାସବର୍ମାଙ୍କ ପରି ଯୁବ ମନ୍ତ୍ରୀଙ୍କୁ । ହେଲେ ମୁଖମନ୍ତ୍ରୀ ସିବିଆଇ ସ୍କାନରରେ ଥିବା ମନ୍ତ୍ରୀ ସଂଜୟ ଦାସବର୍ମା ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରୁ ଅସନ୍ତୋଷ ବିରୋଧୀ ।

ଯୁବ ମନ୍ତ୍ରୀଙ୍କ ବଢୁଥିବା ପତିଆରା ଦେଖି କେଉଁଠି ନା କେଉଁଠି ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ବିଜେଡିରେ ରହିଛି ମିଶ୍ର ପ୍ରତିକ୍ରିୟା । ବିଧାନସଭାରେ ଏବେ ବି ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜାରି ରହିଛି । ଯେଉଁଥି ପାଇଁ କିଛି ଆଲୋଚନା ହେବା ପୂର୍ବରୁ ହି ମୁଲତବୀ ହେଉଛି ବିଧାନସଭା ।