ଯୋଗ ବନିଲା ରୋଜଗାର କରିବାର ଏକ ମାଧ୍ୟମ : ସାରା ଦୁନିଆରେ ବ୍ୟାପିଲା ବ୍ୟବସାୟ, ଆପଣ ବି ଆରମ୍ଭ କରିପାରିବେ ଯୋଗ ଇଣ୍ଡଷ୍ଟ୍ରି

67

ଯୋଗ ମାସନିକ ଏବଂ ଭୈାତିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ବହୁତ ଲୋକଙ୍କ ପାଇଁ ଏହା ପ୍ରାଚୀନ ଭାରତୀୟ ପ୍ରଦ୍ଧତି କିନ୍ତୁ ଧନ ଆୟ କରିବାର ଏକ ଭଲ ଜରିଆ ସାବ୍ୟସ୍ତ ହେଉଛି । ଏହାର ବ୍ୟବସାୟ ଦୁନିଆରେ ବ୍ୟାପୁଛି । ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେକ୍ଟରରେ ଯୋଗ ପାଇଁ ଉତ୍ସାହ ନିରନ୍ତର ବଢ଼ିବାରେ ଲାଗିଛି । ପିଏମ୍ ମୋଦିଙ୍କ ପ୍ରୟାସରେ ୨୧ ଜୁନ୍ରେ ସଂଯୁକ୍ତ ରାଷ୍ଟ୍ର ସଂଘ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ଘୋଷଣା କରିଥିଲେ । ତା’ପରେ ଏହାର ପ୍ରଚାର ପ୍ରସାର ସାରା ଦୁନିଆରେ ବଢ଼ିଲା । ସେଥିପାଇଁ ଯୋଗକୁ କ୍ୟାରିୟର ଭାବେ ଆପଣଉଥିବା ଲୋକଙ୍କ ପାଇଁ ଅବସର ନିରନ୍ତର ବଢ଼ିବାରେ ଲାଗିଛି ।

ବିଶେଷ କରି ଜୁନ୍-ଜୁଲାଇ ସମୟରେ ଯୋଗ ଷ୍ଟୁଡିଓ ଠାରୁ ଆରମ୍ଭ କରି ସମସ୍ତ ଯୋଗ କେନ୍ଦ୍ରରେ ଯୋଗ ଶିକ୍ଷକଙ୍କ ଚାହିଦା ବଢ଼ିଯାଏ । ନୋଏଡାର ଯୋଗ ଷ୍ଟୁଡିଓ ପ୍ରଣବ ଯୋଗର ନିର୍ଦ୍ଦେଶକ ଏମ.ଏସ. ଶ୍ରୀନାଥଙ୍କ କହିବାନୁସାରେ, ଯୋଗ ଦିବସ ପାଇଁ ପ୍ରତି ବର୍ଷ ଜୁନ୍ –ଜୁଲାଇ ସମୟରେ ତାଙ୍କର ବ୍ୟବସାୟ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ । ଏବେ ତାଙ୍କ ସହିତ ପାଖାପାଖି ୩୦୦ ଯୋଗ ପ୍ରଶିକ୍ଷକ ଯୋଡି ହୋଇଛନ୍ତି । ଗତ କିଛି ବର୍ଷରେ ଯୋଗ ଆପଣଉଥିବା ଲୋକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଗତ ୨ ମାସରେ ହିଁ ୧୧୨ ସ୍ଥାୟୀ ସଦସ୍ୟ ଯୋଡି ହୋଇଛନ୍ତି । ଯୋଗ ଦିବସ ପାଖାପାଖି ତାଙ୍କୁ ପ୍ରଚାର ପ୍ରସାରରେ ବେଶି ଖର୍ଚ୍ଚ କରିବାକୁ ପଡେନି ।

ଦିଲ୍ଲୀର ମୋରାରଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ ପ୍ରତି ବର୍ଷ ଯୋଗ ଦିବସ ପାଖାପାଖି ଲକ୍ଷ ଲକ୍ଷ ଟଙ୍କାର ଯୋଗ ସହିତ ଜଡିତ ଜିନିଷ ଏବଂ ସ୍ପୋର୍ଟସ ଆଇଟମ୍ କିଣିଥାଏ । ଇଣ୍ଡଷ୍ଟ୍ରି ଚେମ୍ବର ଆସୋଚାମର ଜୁନ୍ ୨୦୧୭ରେର ଏକ ରିପୋର୍ଟ ଅନୁସାରେ ଦେଶରେ ପାଖାପାଖି ୩ ଲକ୍ଷ ଯୋଗ ପ୍ରଶିକ୍ଷକଙ୍କ ଅଭାବ ଥିଲା । ଦୁନିଆରେ ଯୋଗ ଇଣ୍ଡଷ୍ଟ୍ରି ପାଖାପାଖି ୮୦ ଅରବ ଡଲାର ପର୍ଯ୍ୟନ୍ତ ପହଂଚିଯାଇଛି । କେବଳ ଆମେରିକାରେ ବର୍ଷ ୨୦୨୦ ପର୍ଯ୍ୟନ୍ତ ଯୋଗ ଉଦ୍ୟୋଗ ୧୧.୫ ଅରବ ଡଲାର ପର୍ଯ୍ୟନ୍ତ ହେବାର ଅନୁମାନ କରାଯାଉଛି ।