ଯଦି ଶରୀରରେ ଦେଖାଦେଉଛି ଏହି ଗୋଟିଏ ଲକ୍ଷଣ । ତେବେ ଜାଣି ନିଅନ୍ତୁ ଫେଲ୍ ହୋଇପାରେ ଆପଣଙ୍କ କିଡନୀ

65

ମଣିଷ ଶରୀରରେ କିଡନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିଡନୀ ରକ୍ତକୁ ପରିଷ୍କାର କରି ଶରୀରରୁ ସମସ୍ତ ହାନିକାରକ ପଦାର୍ଥକୁ ବାହାର କରିବାରେ ସହାୟତା କରିଥାଏ । ମଣିଷ ଶରୀରରେ ଦୁଇଟି ଲେଖାଏଁ କିଡନୀ ରହିଛି । କୁହାଯାଏ, ଜଣେ ବ୍ୟକ୍ତି ଗୋଟିଏ କିଡନୀରେ ବି ଜୀବିତ ରହିପାରେ । କିନ୍ତୁ ଗୋଟିଏ କିଡନୀ ଖରାପ ହୋଇଗଲେ ମଣିଷ ପକ୍ଷେ ଅସମ୍ଭହୋଇପାରେ । କାରଣ ଏହାଦ୍ୱାରା ଅନେକ ରୋଗ ଜୀବାଣୁ ମଣିଷ ଶରୀରରେ ଅତି ସହଜରେ ପ୍ରବେଶ କରିପାରିବେ ।ଯାହାଦ୍ୱାରା ନାନା ପ୍ରକାରର ବେମାରୀ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ବଢିଯାଇଥାଏ । ତେଣୁ ଭଲ ହେବ କି, କିଡନୀ ଖରାପ ହେବା ପୂର୍ବରୁ ହିଁ ଏହାର କିଛି ପ୍ରାଥମିକ ଲକ୍ଷଣର ଚିହ୍ନଟ କରି ତାର ଚିକିତ୍ସା ଆରମ୍ଭ କରିଦେବା ଉଚିତ । ଆଜି ଆମେ ଆପଣଙ୍କୁ ଏହାର ଲକ୍ଷଣ ଜଣାଇବୁ ଯାହା କିଡନୀ ଖରାପ ହେବା ନେଇ ଇଶାରା ଦେଇଥାଏ ।

• ପେଟରେ ଯନ୍ତ୍ରଣା ହେବା ଏକ ସାଧାରଣ ମାମଲା । କିନ୍ତୁ ଯଦି ଏହି ପେଟ ଯନ୍ତ୍ରଣା ବାମ ଏବଂ ଡାହଣପଟରେ ହେବାକୁ ଲାଗେ ଏବଂ ତାହା ଅସହନୀୟ ପାଲଟିଯାଏ ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । କାହିଁକି ନା, ଏହା କିଡନୀ ଡ୍ୟାମେଜ ହେବାର ସଙ୍କେତ ଦେଇଥାଏ ।

• କୌଣସି ବି କାରଣରୁ ହାତ-ଗୋଡ ଫୁଲି ଯାଇପାରେ କିନ୍ତୁ ଏହା କିଡନୀ ଖରାପ ହେବା କାରଣରୁ ବି ହୋଇପାରେ । କିଡନୀ ଖରାପ ହେବା ଦ୍ୱାରା ଶରୀରରେ ଅନେକ ହାନିକାରଣ ପଦାର୍ଥ ଜମା ହେବାରେ ଲାଗିଥାଏ, ଏହାଦ୍ୱାରା ହାତଗୋଡ ଫୁଲି ଯାଇଥାଏ । ଏବଂ ପରିଶ୍ରାର ରଙ୍ଗ ମଧ୍ୟ ଗାଢ ହୋଇଯାଇଥାଏ ।

• ଯଦି ପରିଶ୍ରା ସମୟରେ ରକ୍ତ ପଡେ ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ କାହିକିଁ ନା ଏଭଳି ଲକ୍ଷଣ କିଡନୀ ଖରାପ ହେବାର ମଧ୍ୟ ଇସାରା କରିଥାଏ । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

• ଯଦି ଆପଣଙ୍କର ମଧ୍ୟ ଅଚାନକ ପରିଶ୍ରା ହୋଇଯାଉଥାଏ । ଏବଂ ଯାହାକି ନିୟନ୍ତ୍ରଣରେ ରହୁନାହିଁ ତେବେ ଏହା ମଧ୍ୟ କିଡନୀ ଡ୍ୟାମେଜ ହେବାର ଲକ୍ଷଣ ହୋଇପାରେ । ଏବେ ଏହି ଅସୁବିଧାକୁୁ ସାମାନ୍ୟ ନମନେକରି ତୁରନ୍ତ ଯାଇ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତୁ ।

• ସେହିପରି ପରିଶ୍ରା ସମୟରେ ଯଦି ଜଳାପୋଡା ଅନୁଭବ କରନ୍ତି ତେବେଏନେଇ ତୁରନ୍ତ ଡାକ୍ତରଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ ।

• ସାରା ଦିନ କାମ କରି କରି ଥକିଯିବା ଏକ ସାଧାରଣ କଥା ହୋଇପାରେ କିନ୍ତୁ ଯଦି ଆପଣ ବିନା କୌଣସି କାରଣରୁ ଥକ୍କା ଏବଂ ଦୁର୍ବଳତା ଅନୁଭବ କରୁଛନ୍ତି ତେବେ ଏହା ବି କିଡନୀ ଫେଲ ହେବାର ଲ କ୍ଷଣ ହୋଇପାରେ ।