ପାଖାପାଖି ୩୦ ବର୍ଷ ପରେ ଭାରତୀୟ ସେନାଙ୍କୁ ମିଳିବ ନୂଆ ତୋପ !

49

କନକ ବ୍ୟୁରୋ : ପାଖାପାଖି ୩୦ ବର୍ଷ ପରେ ଭାରତୀୟ ସେନାଙ୍କୁ ମିଳିବାକୁ ଯାଉଛି ନୂଆ ତୋପ । ଆମେରିକାର ବିଏଇ ସିଷ୍ଟମରୁ ମିଳିଛି ୧୫୫ ଏମ୍ଏସ୍/ ୩୯ କ୍ୟାଲିବର୍ ଅଲଟ୍ରା ଲାଇଟ୍ ହେବିଟଜର୍ସ୍ ବା ୟୁଏଲ୍ଏଚ୍ ତୋପ । ଏହି ତୋପ ଗୁଡିକୁ ଆଜି ରାଜସ୍ତାନର ପୋଖରାନ୍ ସ୍ଥିତ ଫାୟରିଂ ରେଂଜରେ ପରୀକ୍ଷଣ କରାଯିବ । ୩୦ ବର୍ଷ ପୂର୍ବରୁ ଭାରତ ଦ୍ୱାରା ସ୍ୱିଡେନ୍ କଂପାନୀରୁ କିଣାଯାଇଥିଲା ବୋଫୋର୍ସ୍ ତୋପ । ଯାହା ଭାରତୀୟ ରାଜନୀତିରେ ଝଡ ସୃଷ୍ଟି କରିଦେଇଥିଲା ।

ଏମ୍-୭୭୭ ହେବିଟଜର୍ସ୍ ତୋପ କିଣିବା ପାଇଁ ୨୦୧୦ରେ ଆମେରିକା ସହ କଥାବାର୍ତା ଆରମ୍ଭ ହୋଇଥିଲା । ୨୬ ଜୁନ୍ ୨୦୧୬ରେ ମୋଦି ସରକାର ସେନା ବିଭାଗ ପାଇଁ ୧୪୫ ତୋପ କିଣାଯିବା ନେଇ ଘୋଷଣା କରିଥିଲେ । ୨୯୦୦ କୋଟି ଟଙ୍କାର ଏହି ଯୋଜନାରେ ୨୦୧୬ରେ ଶେଷ ମୋହର ଲାଗିଥିଲା । ତେବେ ପରୀକ୍ଷଣ କରାଯିବା ତୋପ ଗୁଡିକୁ ଅନେକ ଯାଂଚ୍ କରାଯିବା ସହ ଏହାକୁ ଭାରତୀୟ ପରିବେଶରେ ବ୍ୟବହାର ଯୋଗ୍ୟ କରାଯିବ । ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ଏହି ତୋପକୁ ପ୍ରୟୋଗ କରୁଥିବା ଜଣାପଡିଛି ।