ଭୁଲ ଚିକିତ୍ସା ପାଇଁ ତଣ୍ଡ ଗଣିବେ ଡକ୍ଟର ।  ପୀଡିତାଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନବରଙ୍ଗପୁର ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

40
କନକ ବ୍ୟୁରୋ : ଡାକ୍ତରଙ୍କ ଭୁଲ ଚିକିତ୍ସା ଫଳରେ ଅନ୍ୟଜଣେ ଡାକ୍ତର ପଙ୍ଗୁ । ପ୍ରସବ ପାଇଁ ନବରଙ୍ଗପୁର ଖ୍ରୀଷ୍ଟ ହସ୍ପିଟାଲରେ ମହିଳା ଡାକ୍ତର ଜଣକ ଭର୍ତି ହୋଇଥିଲେ । ଅସ୍ତ୍ରୋପଚାର ପରେ ଶିଶୁ ଜନ୍ମ ହେଲା କିନ୍ତୁ ସବୁ ଦିନ ପାଇଁ ମହିଳା ଜଣକ ପଙ୍ଗୁ ହୋଇଯାଇଛନ୍ତି । ତାଙ୍କର ଅଂଟା ତଳକୁ ଅଙ୍ଗ କାମ କରୁ ନାହିଁ । ଏନେଇ ପରିବାର ଲୋକେ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।
ଏନେଇ ଚିକିତ୍ସା କରିଥିବା ଡାକ୍ତରଙ୍କ ବିରୋଧରେ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାର କରି ଅଦାଲତ ଡାକ୍ତରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ରାୟ ନେଇ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ଡାକ୍ତର ଜଣକ କହିଛନ୍ତି ।