ରାଜଧାନୀରେ ଇଏସଆଇ ଆଇପି ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର । ଆସୋସିଏସନର ସବୁ ସଦସ୍ୟ ସାମିଲ

32

କନକ ବ୍ୟୁରୋ : ଇଏସଆଇ ଆଇପି ଆସୋସିଏସନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର । ଚନ୍ଦ୍ରଶେଖରପୁର ଇଏସଆଇ କ୍ୟାମ୍ପସରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୮୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଇଏସଆଇ ଆସୋସିଏସନର ସମସ୍ତ ସଦସ୍ୟ ଏହି ରକ୍ତ ଦାନ ଶିବିରରେ ସାମିଲ ହୋଇଥିଲେ । ବ୍ଲଡ ବ୍ୟାଙ୍କ ଅଫିସର ଡକ୍ଟର ଦେବାଶିଷ ମିଶ୍ର ରକ୍ତଦାନ ଶିବିରର ପରିଚାଳନା କରିଥିଲେ ।