କାଠକୁ ଜୀବନ୍ତ ରୂପ ଦେଉଥିବା ପ୍ରତିଭା…‘ଅରୁଣ’ଙ୍କ ହାତରେ ଆଖି ଝଲସିଲା ଭଳି କଳାକୃତି

152

କନକ ବ୍ୟୁରୋ: କାଠରେ କାରିଗରୀ । ନିଜ ଭାବନାକୁ ଗଢି ତୋଳିଛନ୍ତି ଜଣେ ଶିଳ୍ପୀ । ଭଳି କି ଭଳି କଳାକୃତି, ଓଡିଶା ବିଧାନ ସଭାରୁ ଦିଲ୍ଲୀର ଇଣ୍ଡିଆ ଗେଟ୍ । ଏସବୁ ତିଆରି କରିଛନ୍ତି ଯୁବ କାଠିଶିଳ୍ପୀ ଅରୁଣ କୁମାର ସାହୁ । ଆଉ ଏସବୁର ପ୍ରେରଣା ଯୋଗାଇଛନ୍ତି ତାଙ୍କ ବାପା ।

 

କାଠରେ ତିଆରି ଆକର୍ଷଣୀୟ କଳାକୃତି । ଭଳି କି ଭଳି ଆକୃତିର କାଠରେ ତିଆରି ଘରସଜ୍ଜା ସାମଗ୍ରୀ । ଅବିକଳ ଦିଶୁଥିବା ଓଡିଶା ବିଧାନସଭା, ଦିଲ୍ଲୀର ଇଣ୍ଡିଆ ଗେଟ୍, ମୁମ୍ବାଇର ଗେଟୱେ ଅଫ୍ ଚାଇନା, ପ୍ୟାରିସର ଆଇଫିଲ୍ ଟାୱାର, ଆହୁରି ଅନ୍ୟାନ୍ନ ସାମଗ୍ରୀ । କାଠରୁ ଏପରି ଅବିକଳ ରୂପ ଦେଇପାରୁଥିବା ଶିଳ୍ପୀ ଜଣଙ୍କ ହେଉଛନ୍ତି ହିଂଜିଳି ବ୍ଲକ କଂଟେଇକୋଳି ଗାଁର ଯୁବକ ଅରୁଣ କୁମାର ସାହୁ । ବାପା ଭାଷ୍କର ସାହୁ ପେଶାରେ ଜଣେ ବଢେଇ ହୋଇଥିବାରୁ ବାପାଙ୍କୁ ପିଲାଟିଦିନୁ କାଠ କାମ କରିବାର ଦେଖି ଆଶିଛନ୍ତି ଅରୁଣ । ବାପାଙ୍କୁ ପ୍ରେରଣା ମାନି ନିଜେ କିଛି ଭିନ୍ନ କରିବା ପାଇଁ କାଠରେ ବିଭିନ୍ନ କଳାକୃତି ବନାଇବା ଆରମ୍ଭ କଲେ ।

ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ +୩ ପାଠପଢା ଅଧାରେ ଛାଡି ବାପାଙ୍କ ସହ ବେଢଇ କାମ କରୁଛନ୍ତି ଅରୁଣ । ଆଉ ଏହାରି ଭିତରେ କାଠରେ ବିଭିନ୍ନ ସୌଖିନ୍ ସାମଗ୍ରୀମାନ ପ୍ରସ୍ତୁତ କରିଥାନ୍ତି । ଭିନ୍ନ ଭିନ୍ନ ସାମଗ୍ରୀକୁ ପ୍ରସ୍ତୁତ କରିବା ପାଇଁ ୧ରୁ ୬ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ ।ଆଉ ତାଙ୍କର ଏପରି କଳା ଦେଖି ପରିବାର ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା କରୁଛନ୍ତି ପ୍ରଶଂସା । ତେବେ କାଠି କାଠରେ ସାମଗ୍ରୀ ପ୍ରସ୍ତୁତ କରନ୍ତି, ତାହା ନୁହେଁ ସମୟ ମିଳିଲେ ଗୀତ ମଧ୍ୟ ଲେଖିଥାନ୍ତି ଅରୁଣ । ଯାହାକୁ ଗାଇଛନ୍ତି ଆଗଧାଡିର ଓଡିଆ କଣ୍ଠଶିଳ୍ପୀ ।

ନିଜ କାଠ ସାମଗ୍ରୀକୁ ନେଇ ଅନେକ ଆଶାବାଦୀ ଅଛନ୍ତି ଅରୁଣ । ହାତରେ ନିର୍ମିତ କାଠ ସାମଗ୍ରୀ ସବୁ ଘରେ ରଖିଥିବାବେଳେ, ଏସବୁ ସାଗ୍ରୀକୁ ସଂରକ୍ଷିତ କରି ରଖିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।