ମହିଳା ଯୁବ ବିଶ୍ୱ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତକୁ ସଫଳତା ! ୫ ସ୍ୱର୍ଣ୍ଣ ସହ ୬ ପଦକ ହାତେଇଲା ଭାରତ

29

କନକ ବ୍ୟୁରୋ : ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତକୁ ସଫଳତା । ଗୈାହାଟିରେ ଚାଲିଥିବା ମହିଳା ଯୁବ ବିଶ୍ୱ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଛି । ରବିବାର ଏଠାରେ ଶେଷ ହୋଇଥିବା ପ୍ରତିଯୋଗିତାରେ ଭାରତୀୟ ମହିଳା ଯୋଦ୍ଧା ୫ ସ୍ୱର୍ଣ୍ଣ ସାଂଗକୁ ୨ଟି କାଂସ୍ୟପଦକ ଜିତି ଦେଶ ପାଇଁ ଗୈାରବ ଆଣିଛନ୍ତି ।

ପୂର୍ବ ସଂସ୍କରଣରେ ଭାରତ ମାତ୍ର ଗୋଟିଏ କାଂସ୍ୟ ପଦକ ପାଇଥିଲା । ୨୦୧୧ ଭାରତ ପରଠାରୁ ଗୋଟିଏ ବି ସ୍ୱର୍ଣ୍ଣ ଜିତିପାରିନଥିଲା । ଏଥର କିନ୍ତୁ ଭାରତୀୟ ମହିଳା ଚମତ୍କାର କରିଛନ୍ତି । ଏହାକୁ ନେଇ ଭାରତୀୟ ବକ୍ସି ମହାସଂଘ ଖେଳାଳିମାନଙ୍କୁ ଶୁଭେଛା ଜଣାଇଛି ।