ଆଜି ଗୁଜୁରାଟରେ ମେଗା ପ୍ରଚାର କ୍ୟାଂପେନରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ୬ ମୂଖ୍ୟମନ୍ତ୍ରୀଙ୍କ ସହ ୧୨ କ୍ୟାବିନେଟ ମନ୍ତ୍ରୀ ସାମିଲ

41

କନକ ବ୍ୟୁରୋ : ମୋଦିଙ୍କ ମିଶନ ଗୁଜରାଟ । ଆଜିଠାରୁ ମେଗା ପ୍ରଚାରରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ସୋରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଅଂଚଳରେ ୨ ଦିନ ମାରାଥନ ପ୍ରଚାର କରିବେ ମୋଦି । ପାଖାପାଖି ୮ଟି ରାଲିରେ ମୋଦି ସମ୍ବୋଧନ କରିବା ସହ ଏହି ପ୍ରଚାର ଅଭ୍ୟିାନରେ ବିଜେପିର ଷ୍ଟାର ପ୍ରଚାରକମାନେ ବି ସାମିଲ ହେବେ । ତେବେ ଗୁଜୁରାଟରେ ପ୍ରଚାର କରିବା ପାଇଁ ପହଂଚିଯାଇଛନ୍ତି ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ସୁରଟରେ ଗତକାଲି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଉପରେ ବର୍ଷିଥିଲେ । ସେହିପରି ଦରିଆପୁରଠାରେ ଅମିତ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦରେ କହିଛନ୍ତି । ସାବରମତୀଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ୧୨ ଜଣ ମନ୍ତ୍ରୀ ଏହି ମେଗା ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ।