ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ନେଇ ତାତିଲେ ବିନ୍ଦପୁର ଗ୍ରାମବାସୀ । ବନବିଭାଗ ଅଧିକାରୀଙ୍କ ଗାଡି ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ

203

କନକ ବ୍ୟୁରୋ: ସମ୍ବଲପୁର ନକଟିଦେଉଳ ଥାନା ବିନ୍ଦପୁର ଗାଁରେ ଉତ୍ତେଜନା । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି । ବନବିଭାଗ ଅଧିକାରୀଙ୍କ ଗାଡି ଭଙ୍ଗାରୁଜା କରିବା ସହ ଠେଲାପେଲା ହୋଇଛନ୍ତି ଗାଁ ଲୋକେ । ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ବିଳମ୍ବରେ ପହଚିଂବାରୁ ସ୍ଥାନୀୟ ଲୋକେ ବନକର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ ।

ବନବିଭାଗ କର୍ମଚାରୀଙ୍କ ଗାଡିକୁ ଆକମ୍ରଣ କରିବା ସହ ଠେଲାପେଲା କରିଥିଲେ । ବାରମ୍ବାର ଏହି ଅଂଚଳରେ ହାତୀ ଉପଦ୍ରବ କରୁଥିବାରୁ ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଚିଂ ଲୋକଙ୍କୁ ବୁଝାସୁଝା କରିବା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ନେଇ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ବନକର୍ମଚାରୀଙ୍କୁ ଛାଡିଥିଲେ ।