ସ୍ୱାମୀ ଶୋଏବ୍ ମଲ୍ଲିକଙ୍କ ହୁକ୍କା ପାର୍ଟିକୁ ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା ! କହିଲେ , ମୁଁ ପାକିସ୍ତାନ ଟିମ୍ ର ମା’ ନୁହଁ ।

8,545

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ନିଜ ପାକିସ୍ତାନୀ ସ୍ୱାମୀ ତଥା କ୍ରିକେଟ୍ ଖେଳାଳୀ ଶୋଏବ୍ ମଲ୍ଲିକଙ୍କ ହୁକ୍କା ପାର୍ଟି ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲୀକଙ୍କ ଏକ ଟ୍ୱିଟର ପୋଷ୍ଟର ଜବାବ ଦେବାକୁ ଯାଇ ସାନିଆ କହିଛନ୍ତି ଯେ ସେ ନାଁ ପାକିସ୍ତାନ ଟିମ୍ ର ମା’ ନା ସେ ସେମାନଙ୍କ ଖାଦ୍ୟପେୟର ତଦାରଖକାରୀ । ଏହା ପୂର୍ବରୁ ଏକ ଖବର ଆସିଥିଲା ଯେ ମ୍ୟାଚ୍ ପୂର୍ବରୁ ଶୋଏବ୍ ସାନିଆଙ୍କ ସହ ଏକ ହୁକ୍କା ପାର୍ଟିରେ ଦେଖାଯାଇଥିଲେ ।

ସାନିଆ ବୀଣା ମଲ୍ଲୀକଙ୍କୁ କହିଛନ୍ତି , ମୁଁ ମୋ ପିଲାକୁ ନେଇ ହୁକ୍କା ପାର୍ଟି ଯାଇନାହିଁ । ଆପଣ କିମ୍ବା ଅନ୍ୟମାନେ ମୋତେ ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ ମୋ ଛୁଆର କିଭଳି ଧ୍ୟାନ ରଖିବାକୁ ହେବ ମୁଁ ଠିକ୍ ସେ ଜାଣିଛି । ଆଉ ଏକ କଥା ମୁଁ ପାକ୍ ଟିମ୍ ର ଡାଇଟିସିୟାନ୍ , ମା’,ଶିକ୍ଷକ ତଥା ପ୍ରିନ୍ସିପାଲ୍ ନୁହେଁ ।

ବୀଣା ମଲ୍ଲୀକ ଟ୍ୱିଟରରେ ସାନିଆଙ୍କୁ ଟିପ୍ପଣୀ କରି ଲେଖିଥିଲେ – “ମୁଁ ମୋ ଛୁଆ ପାଇଁ ଖୁବ୍ ଚିନ୍ତିତ । ତୁମେ ମାନେ ତାକୁ ନେଇ ଶିଶା କାଫେକୁ ଗଲ,କ’ଣ ଏହା କ୍ଷତିକାରକ ନୁହଁ? ମୁଁ ଯେତିକି ଜାଣିଛି ଆର୍ଚି ହେଉଛି ଜଙ୍କଫୁଡ୍ ଖାଇବାର ଏକ ସ୍ଥାନ ଯାହା ଖେଳାଳୀ କିମ୍ବା ପୁଅମାନଙ୍କ ପାଇଁ ଆଦୌ ଭଲ ନୁହେଁ । ତୁମେ ନିଜେ ଏହି କଥା ଜାଣିଥିବ କାରଣ ତୁମେ ମଧ୍ୟ ଜଣେ ମା’ ଏବଂ ଖେଳାଳୀ ।