ସଇତାନ ଡାକ୍ତର ନେଇଗଲା ରୋଗୀର ଜୀବନ ! ହାତୁଡିରେ ଦାନ୍ତ ଉପାଡୁଥିବା ବେଳେ ଉଡିଗଲା ରୋଗୀର ପ୍ରାଣବାୟୁ ।

92

ଡାକ୍ତରମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ । କିନ୍ତୁ ବେଳେବେଳେ ଡାକ୍ତରମାନଙ୍କର ଦାୟିତ୍ୱହୀନତା ପାଇଁ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଏ । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନା ଜିଲ୍ଲାର ଏକ ପ୍ରାଇଭେଟ ହସ୍ପିଟାଲରେ । ଦାନ୍ତ ଉପୁଡାଇବା ପାଇଁ ଆସିଥିବା ମହିଳାଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ହୋଇଗଲା । ମହିଳାଙ୍କର ମୃତ୍ୟୁ ପରେ ଚିକିତ୍ସା କରୁଥିବା ଡାକ୍ତର ଶବକୁ ବେଡରେ ହିଁ ଛାଡି ଫେରାର ହୋଇଯାଇଛି ।

ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ପରିବାରବର୍ଗ ହଙ୍ଗାମା କରିବା ସହ ନର୍ସିଂ ହୋମରେ ଭଙ୍ଗାରୁଜା କରିଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମାମଲା ଶାନ୍ତ ପଡିଥିଲା । ଥାନା ଅଧିକାରୀ ରାଜେଶ କୁମାର କହିଛନ୍ତି ଯେ, ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏତଲା ଦାୟର କରାଯିବା ସହ ତାଙ୍କୁ ଗିରଫ କରାଯିବା ପାଇଁ ଖୋଳତାଡ ଜାରି ରହିଛି ।

ସୂଚନା ଅନୁଯାୟୀ, ଦରଭଙ୍ଗା ନିବାସୀ ପ୍ରମୋଦ ରାୟଙ୍କ ସ୍ତ୍ରୀ ସଙ୍ଗୀତା ଦେବୀ ନିଜ ବାପ ଘରକୁ ଆସିଥିଲେ । ତେବେ ତାଙ୍କ ଦାନ୍ତରେ ଦରଜ ଅନୁଭବ ହେବାରି ସେ ବୈରିୟା ସ୍ଥିତ ଡାକ୍ତର ଓମ୍ ଗୋସ୍ୱାମୀଙ୍କ ନର୍ସିଂ ହୋମକୁ ଚିକିତ୍ସା ପାଇଁ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସଙ୍ଗୀତା ଦେବୀ ତାଙ୍କର ଗୋଟିଏ ଦାନ୍ତ ଉପାଡିବା ପାିଁ ରାଜି ହୋଇଥିଲେ । ଏହା ପରେ ଡାକ୍ତର ଚାରୋଟି ଦାନ୍ତ ଉପାଡିବା ପାଇଁ କହିଥିଲେ । ତେବେ ଦାନ୍ତ କଷ୍ଟରେ ଜର୍ଜରିତ ହେଉଥିବା ସଙ୍ଗୀତାଙ୍କୁ ଡାକ୍ତରଜଣଙ୍କ ସେଣୀ ଏବଂ ହାତୁଡିରେ ତାଙ୍କ ଦାନ୍ତ ଉପାଡିଥିଲେ । ଏବଂ ଶେଷରେ ଦାନ୍ତ କାଢୁଥିବା ସମୟରେ ହିଁ ବେଡରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲେ ସଙ୍ଗୀତା । ମୃତ୍ୟୁ ପରେ ଶବକୁ ବେଡ ଉପରେ ଛାଡି ଡାକ୍ତର ଓମ୍ ପ୍ରକାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।