ପାରାଦୀପ ବନ୍ଦରର ଐତିହାସିକ ରେକର୍ଡ । ୨୪ ଘଂଟାରେ ଲାଗିଲା ୨୪ ଜାହାଜ ।

41

କନକ ବ୍ୟୁରୋ : ୨୪ ଘଂଟାରେ ଲାଗିଲା ୨୪ ଜାହାଜ । ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ଭିତରେ ପାରାଦୀପ ବନ୍ଦରରେ ଯାତାୟତ କରିଛି ୨୪ଟି ଜାହାଜ । ପ୍ରଥମ ସିଫ୍ଟଟରେ ୯ଟି ଜାହାଜ ଯାତାୟତ କରିଥିବା ବେଳେ ଦ୍ୱିତୀୟ ସିଫ୍ଟରେ ୭ଟି ଓ ତୃତୀୟ ସିଫ୍ଟରେ ୮ଟି ଜାହାଜ ଯାତାୟତ କରିଛି ।

ଏନେଇ ବନ୍ଦର କର୍ତୃପକ୍ଷ ହାର୍ବର ମାଷ୍ଟର ଅତ୍ୟୁଲ୍ୟ ମହାପାତ୍ର ସୂଚନା ଦେଇଛନ୍ତି । ତା ସହ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛି ପାରାଦୀପ ବନ୍ଦର । ଓଡିଶା ଇତିହାସରେ ଆଉ କେ ପୃଷ୍ଠା ଯୋଡିଛି ଏହି ବିମାନ ବନ୍ଦର ।