ଖସୁଛି ପାରଦ ବଢୁଛି ଥଣ୍ଡା : ୪ ରୁ ୫ଦିନ ଧରି ଜାରି ରହିବ ଏଭଳି ସ୍ଥିତି

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟରେ ଦେଖିବାକୁ ମିଳିଛି ବିଚିତ୍ର ପାଣିପାଗ । ଦିନବେଳା ଗରମ ହେଉଥିବା ବେଳେ ସଂଜ ନଇଁଲେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏମିତି ପାଣିପାଗ ଆହୁରି ୪ରୁ ୫ ଦିନ ଧରି ଜାରି ରହିବ ବୋଲି ଜଣାପଡିଛି । ନଭେମ୍ବର ଶେଷ ସପ୍ତାହରୁ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗତକାଲି ରାଜ୍ୟର ୯ଟି ଜିଲ୍ଲାର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ଅଧିକ ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାର୍ତ୍ରା ୯ ଦଶମିକ ୫ ଡିଗ୍ରୀରେ ପହଂଚିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉତର ଓ ଉତର ପଶ୍ଚିମ ଦିଗରୁ ପବନ ବହୁଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି ।ଏହାସହ ପୂର୍ବଦିଗରୁ ବେଳେବେଳେ ଅର୍ଥାତ ସମୁଦ୍ରର ସ୍ଥଳଭାଗରୁ ପବନ ବହୁଥିବାରୁ ସାମାନ୍ୟ ଗରମ ଅନୁଭୂତ ହେଉଛି ।