ପାରାଦୀପରେ ତାତିଲେ ମହିଳା ! ପୁଲିସ ଉପସ୍ଥିତିରେ ଭାଙ୍ଗିଲେ ବେଆଇନ ଚୋରା ମଦଦୋକାନ

24

କନକ ବ୍ୟୁରୋ : ପାରାଦୀପରେ ତାତିଲେ ମହିଳା । ଲକପଡାରେ ଥିବା ବେଆଇନ ମଦ ଦୋକାନକୁ ଭାଙ୍ଗିଛନ୍ତି ଶତାଧିକ ମହିଳା । ପୁଲିସ ଉପସ୍ଥିତିରେ ମହିଳା ମାନେ ମଦଦୋକାନ ଭାଙ୍ଗିବା ସହ ଦୋକାନ ଭିତରେ ଥିବା ଦେଶୀ ବିଦେଶୀ ମଦ ବୋତଲ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଗତକାଲି ରାତିରେ କିଛି ଅସମାଜିକ ଯୁବକ ଏହି ମଦଦୋକାନରୁ ମଦ ପିଇ କଲୋନୀର ମାରପିଟ କରିଥିଲେ । ବାରମ୍ବାର ପୁଲିସକୁ ଏହି ବେଆଇନ ମଦ ଦୋକାନ ବନ୍ଦ ନେଇ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଶୁଣୁନଥିବାରୁ ମହିଳାମାନେ ଭଙ୍ଗାରୁଜା କରିଛନ୍ତି ।