ଫୋନକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା । ସ୍ୱାମୀଙ୍କୁ ଚାପୁଡ଼ା ମାରିଲେ ସ୍ତ୍ରୀ, ହେଲେ ମାଡ଼ ଖାଇ ଜେଲ ଗଲେ ସ୍ୱାମୀ ।

45

କନକ ବ୍ୟୁରୋ : ପ୍ରଥମେ ଧମକ । ହାତାହାତି, ତାପରେ ବଳ କଷାକଷି । ଆଉ ତାପରେ ମାରି ଚାଲିଛନ୍ତି ଚାପୁଡା ପରେ, ଚାପୁଡା । ପୁଣି ତଂଟିଆ ପରେ ତଂଟିଆ । ଏପରିକି ଖଟ ଉପରେ ଚଢି ମହିଳା ଜଣକ ପୁରୁଷ ଜଣକୁ ଗୋଟିଏ ପରେ ଗୋଟିଏ ମାଡ କଷି ଚାଲିଛନ୍ତି ।  ଏହି ୨ ଚରିତ୍ର ହେଉଛନ୍ତି ସ୍ୱାମୀ ଆଉ ସ୍ତ୍ରୀ । ଚିତ୍ର କହୁଛି ଫୋନକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିଛି । ଆଉ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କୁ ମାଡ ମାରୁଥିବାର ଚିତ୍ର ଆପଣଙ୍କ ଆଖି ସାମନାରେ ।

କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଛି ଏବଂ ଏହି ଭିଡିଓରୁ ଜଣା ପଡୁଛି ସ୍ୱାମୀଙ୍କ ଠାରୁ ଜୋର ଜବରଦସ୍ତ ମୋବାଇଲ ଫୋନ୍ ଚାହୁଂଛନ୍ତି । ତେବେ ସେ ମୋବାଇଲ ଫୋନରେ କଣ ଅଛି ଏବଂ କଣ ପାଇଁ ନେବାକୁ ଯିଦ କରୁଛନ୍ତି ତାହା ସ୍ପଷ୍ଟ ହୋଇନି । ସେପଟେ ମାଡ ଖାଇଥିବା ସ୍ୱାମୀଙ୍କ ନାଁରେ ଦଫା ୩୦୭ ଅର୍ଥାତ୍ ହତ୍ୟା ଉଦ୍ୟମ, ୫୦୬ ଅର୍ଥାତ୍ ଜୀବନରୁ ମାରି ଦେବାକୁ ଧମକ ଏବଂ ୪୯୮-ଏ ଯୌତୁକ ନିର୍ଯ୍ୟାତନା ଭଳି ସଙ୍ଗୀନ ଦଫାରେ ମାମଲା ରୁଜିୁ କରିଛି ପୁଲିସ ।

ଏଠାରେ ପ୍ରଶ୍ନ ଉଠୁଛି ପୁଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ଠିକ ତ ? ଏଠାରେ ଦଣ୍ଡ ପାଇଥିବା ବ୍ୟକ୍ତି ଦୋଷି ତ ? ଏହି ଘଟଣାର ସଠିକ ତଦନ୍ତ ହେବାର ଆବଶ୍ୟକତା ରହିଛି କି?