ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିିକାକୁ ୯ୱିକେଟରେ ହରାଇଲା ଟିମ ଇଣ୍ଡିଆ

61

କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ସେଂଚୁରିଆନରେ ଦକ୍ଷିଣ ଆଫ୍ରିିକାକୁ ଧୂଳି ଚଟାଇଛି ମେନ ଇନ ବ୍ଲ୍ୟୁ । ଦମଦାର ପ୍ରଦର୍ଶନ ବଳରେ ଭାରତ ୬ଦିନିକିଆ ମ୍ୟାଚରେ ୨-୦ରେ ଆଗୁଆ ରହିଛି । ଭାରତୀୟ ଖେଳାଳିମାନେ ରବିବାର ସେଞ୍ଚୁରିଅନର ସୁପର ସ୍ପୋର୍ଟସ ପାର୍କ ଷ୍ଟାଡ଼ିୟମରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଦମଦାର ବୋଲିଂ କରିଥିବା ବେଳେ ଦଳର ବ୍ୟାଟସମ୍ୟାନମାନେ ମଧ୍ୟ ବଳ କଷି ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ ଦେଇ ରୋହିତ ଶର୍ମା ୧୫ରନ କରି ପାଭଲିଅନ ଫେରିଥିଲେ। ସେତେବେଳକୁ ଭାରତର ସ୍କୋର ୨୬ ରନ ଥିଲା। ରୋହିତଙ୍କ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଆସିଥିଲେ। ଅନ୍ୟତମ ଓପନର ଶିଖର ଧାଓ୍ଵନଦିନିକିଆ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୧୯ ରନ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ୨୦.୩ ଓଭର ଖେଳି ୯ଟି ଓ୍ଵିକେଟରେ ଭାରତ ୧୧୯ ରନ୍ ସଂଗ୍ରହ କରିଛି। ୨ୟ ଦିନିକିଆରେ ଭାରତ ଶୃଙ୍ଖଳାର ୨-୦ରେ ଆଗରେ ରହିଛି। ପୂର୍ବରୁ ଭାରତ ଡରବାନ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହୋଇଥିଲା।

ଭାରତୀୟ ବୋଲିଂରେ ଯୁବବେନ୍ଦ୍ର ଚହଲଙ୍କ ୫ଓ୍ଵିକେଟ ଓ କୁଳଦୀପ ଯାଦବ ୩ଓ୍ଵିକେଟଙ୍କ ବୋଲିଂ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୩୨.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲା।ଚହଲଙ୍କ ବଲରେ ଡୁମିନି ଏଲବିଡବ୍ଲୁ ହୋଇଥିବା ବେଳେ କୁଳଦୀପ ଯାଦବଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ ଡାଭିଡ଼ ମିଲର। ସେହିପରି ଚହଲଙ୍କ ବଲ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ ଜୁଣ୍ଡୋ। କୁଳଦୀପ ଯାଦବଙ୍କ ବଲରେ ରାବଡ଼ା ବୋଲ୍ଡ ହୋଇଥିବା ବେଳେ ଯଶପ୍ରିତ ବୁମରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଇମରାନ ତାହିର।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଓପନର ବ୍ୟାଟସମ୍ୟାନ ହାସିମ ଆମଲା ୨୩ ରନ ସଂଗ୍ରହ ପରେ ପାଭଲିଅନ ଫେରିଯାଇଥିଲେ। ଦକ୍ଷିଣ ଆଫ୍ରିକା ୩୯ ରନ୍ ତା’ର ପ୍ରଥମ ଓ୍ଵିକେଟ ହରାଇଥିଲେ । ଛଅ ମ୍ୟାଚ ବିଶିଷ୍ଟ ଦିନିକିଆର ୨ୟ ମୁକାବିଲା ଭାରତର ୨ୟ ଶିକାର ହୋଇଥିଲେ କ୍ୱାଣ୍ଟନ ଡି କକ। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ।

ଭୁବନେଶ୍ୱର କୁମାରଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ୫୧ ରନ୍ରେ ଦକ୍ଷିଣ ଆଫ୍ରିକାର ୨ୟ ଓ ୩ୟ ଓ୍ଵିକେଟର ପତନ ଘଟିଥିଲା। ଡି କକ ଆଉଟ ହେବା ପରେ ଆଡ଼ମ ମାର୍କମ ମଧ୍ୟ କୁଳଦୀପ ଯାଦବଙ୍କ ବଲକୁ ବିଫଳ ଭାବରେ ଖେଳି ଭୁବନେଶ୍ୱରଙ୍କୁ କ୍ୟାଚ ଦେଇଥିଲେ।

ଟସ୍ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୨ ରନ୍ ଭିତରେ ଆଫ୍ରିକା ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇବା ପରେ ଦଳର ସ୍କୋର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନଥିଲା। ୪ର୍ଥ ଓ୍ଵିକେଟରେ କୁଳଦୀପଙ୍କ ଦ୍ୱାରା ଡାଭିଡ଼ ମିଲର(୦) ଆଉଟ ହୋଇ ପାଭଲିଅନ ଫେରିଥିଲେ। ସେ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ