ରେଲୱେ ଷ୍ଟେସନ ନାଁ ଶେଷରେ କାହିଁକି ଲେଖାଯାଇଥାଏ ଜଙ୍କସନ,ଟର୍ମିନାଲ ଓ ସେଂଟ୍ରାଲ ?

56

ଆପଣ ଜାଣନ୍ତି କି ଜଙ୍କସନ, ଟର୍ମିନାଲ ଓ ସେଂଟ୍ରାଲମାନେ କ’ଣ ? ଏ ଶବ୍ଦ ସବୁ କାହିଁକି ରେଲୱେ ଷ୍ଟେସନରେ ବ୍ୟବହାର କରାଯାଇଥାଏ ? ତେବେ ଯଦି ଜାଣିବା ପାଇଁ ଚାହୁଁଛନ୍ତି ପଢନ୍ତୁ ।

ରେଲୱେ ଷ୍ଟେସନର ନାଁ’ର ଶେଷରେ ଟର୍ମିନାଲ କାହିଁକି ଲେଖାଯାଇଥାଏ ?

ଆଗକୁ ରେଳବାଇ ଟ୍ରାକ ନଥିବାରୁ ଏହା ଲେଖାଯାଇଥାଏ । ଏହାର ଅର୍ଥ ହେଉଛି ଟ୍ରେନ ଯେଉଁ ଦିଗରୁ ଆସିଛି ସେହି ଦିଗରେ ହିଁ ଯିବ । ଟର୍ମିନସକୁ ମଧ୍ୟ ଟର୍ମିନାଲ କୁହାଯାଏ ।ଏହାର ଅର୍ଥ ହେଉଛି ଏହି ସବୁ ଷ୍ଟେସନରୁ ଟ୍ରେନ ଆଗକୁ ଯାଇନଥାଏ, ଯେଉଁ ଦିଗରୁ ଟ୍ରେନ ଆସିଥାଏ ସେହି ଦିଗରେ ପୁନର୍ବାର ଟ୍ରେନ ଫେରିଯାଇଥାଏ । ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଆମ ଦେଶରେ ଏହିଭଳି ହାରାହାରି ୨୭ଟି ରେଳଷ୍ଟେସନ ରହିଛି ଯେଉଁଠାରେ ଟର୍ମିନାଲ ଲେଖାଯାଇଛି । ସେଥିମଧ୍ୟରୁ ଛତ୍ରପତି ଶିବାଜୀ ଟର୍ମିନାଲ ଏବଂ ଲୋକମାନ୍ୟ ଟର୍ମିନାଲ ଦେଶର ସବୁଠାରୁ ବଡ ଟର୍ମିନାଲ ଷ୍ଟେସନ ଅଟେ ।

ରେଲୱେ ଷ୍ଟେସନର ଶେଷରେ ସେଂଟ୍ରାଲ କାହିଁକି ଲେଖାଯାଇଥାଏ ?

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ରେଳ ଷ୍ଟେସନର ଶେଷରେ ସେଂଟ୍ରାଲ ଲେଖାଥିବା ଅର୍ଥ ଏହି ଷ୍ଟେସନକୁ ଚାରି ଦିଗରୁ ଟ୍ରେନ ଆସିଥାଏ ଏବଂ ଯାଇଥାଏ । ଯେଉଁ ରେଲୱେ ଷ୍ଟେସନର ଶେଷରେ ସେଂଟ୍ରାଲ ଲେଖାହୋଇଛି ତାହା ସହରର ସବୁଠାରୁ ପୂରାତନ ରେଳ ଷ୍ଟେସନ ଅଟେ । ରେଳ ଷ୍ଟେସନର ଶେଷରେ ଲେଖା ହୋଇଥିବାର ଅନ୍ୟ ଏକ ଅର୍ଥ ମଧ୍ୟ ରହିଛି ଯାହା ସେହି ସହରର ସବୁଠାରୁ ଅଧିକ ଚଳପ୍ରଚଳ ରେଲୱେ ଷ୍ଟେସନ ଅଟେ । ଦେଶରେ ମୁମ୍ବାଇ ସେଂଟ୍ରାଲ, ଚେନ୍ନାଇ ସେଂଟ୍ରାଲ, ତ୍ରିବେନ୍ଦ୍ରମ ସେଂଟ୍ରାଲ, ବେଙ୍ଗାଲୁରୁ ସେଂଟ୍ରାଲ, କାନପୁର ସେଂଟ୍ରାଲ ଆଦି ପ୍ରମୁଖ ସେଂଟ୍ରାଲ ଷ୍ଟେସନ ରହିଛି ।

ରେଳବାଇ ଷ୍ଟେସନରେ କାହିଁକି ଲେଖାଯାଇଥାଏ ଜଙ୍କସନ ?

କୌଣସି ଷ୍ଟେସନର ଶେଷରେ ଜଙ୍କସନ ଲେଖାଥିବା ଅର୍ଥ ଏହି ଷ୍ଟେସନକୁ ଟ୍ରେନ ଆସିବା ପାଇଁ ୩ରୁ ଅଧିକ ରାସ୍ତା ରହିଛି । ଏହାର ଅର୍ଥ ଗୋଟିଏ ରାସ୍ତାରେ ଷ୍ଟେସନକୁ ଟ୍ରେନ ଆସିପାରିବ ଏବଂ ଅନ୍ୟ ରାସ୍ତାରେ ଟ୍ରେନ ଯାଇପାରିବ । ଏହି କାରଣରୁ ଏହି ଷ୍ଟେସନ ଗୁଡିକର ନାଁ ଶେଷରେ ଜଙ୍କସନ ଲେଖାଯାଇଥାଏ ।