ଭାରତୀୟ ରେଳକୁ ସୁରକ୍ଷା ଦେବ କିଏ ? ଗତବର୍ଷ ଟ୍ରେନରୁ ଚୋରି କରିଛନ୍ତି ୧୧ଲକ୍ଷ ଲୋକ ।

70

ଭାରତୀୟ ଟ୍ରେନ ଗୁଡିକ ଚୋର ଓ ଲୁଟେରାମାନଙ୍କ ପାଇଁ ନିରାପଦ ଗୁମ୍ଫା ପାଲଟିଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଚୋର ଓ ଲୁଟେରା । ଚୋରି କରିନେଉଛନ୍ତି ଅତି ଦରକାରୀ ସାମଗ୍ରୀ । କପର ତାର ଠାରୁ ଆରମ୍ଭ କରି , ବେସିନ, ବ୍ଲାଙ୍କେଟ ପର୍ଯ୍ୟନ୍ତ ସବୁ । ରେଳ ସୁରକ୍ଷା ବଳ ପାଇଁ ସବୁଠାର ବ୍ୟସ୍ତ ବର୍ଷ ଥିଲା ଗତବର୍ଷ । ସାରା ଦେଶରୁ ପାଖାପାଖି ୧୧ ଲକ୍ଷ ଲୋକଙ୍କୁ ଗିରଫ କରିଥିଲା ରେୱେ ପ୍ରୋଟେକସନ ଫୋର୍ସ । ସେମାନଙ୍କ ବିରୋଧରେ ଥିଲା ଚୋରି ଭଳି ସଙ୍ଗୀନ ଅଭିଯୋଗ । ରେଲୱେ ବିଭାଗର ଭିତ୍ତିଭୂମି ସରଂଜାମ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ ,୨୦୧୬ରେ ଗିରଫ ହୋଇଥିଲେ ଦେଶର ୧୧ ଲକ୍ଷ ନାଗରିକ ।

ମହାରାଷ୍ଟ୍ରରେ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୨.୨୩ ଲକ୍ଷ ଓ ୟୁପିରେ ୧.୨୨ ଲକ୍ଷ ଗିରଫ ହୋଇଥିଲେ । ଟ୍ରେନ ପ୍ଲେଟ, ବୋଲଟ,ଟ୍ୟୁବ ଲାଇଟ, ଫ୍ୟାନ ଓ ଏସି ବଗିରୁ କମ୍ବଳ, ଆଦି ଚୋରି ଅଭିଯୋଗରେ ଆରପିଏଫ ସମସ୍ତଙ୍କୁ ଗିରଫ କରିଥିଲା । ମଧ୍ୟପ୍ରଦେଶରୁ ୯୮ ହଜାର ୫୯୪ ଜଣ ଗିରଫ ହୋଇଥିବା ବେଳେ ତାମିଲନାଡୁର ୮୧ହଜାର ୪୦୮ ଓ ଗୁଜରାଟରୁ ୭୭ହଜାର୪୭ ଜଣ ଗିରଫ ହୋଇଥିଲେ ।

ନର୍ଥ ସେଂଟ୍ରାଲ ରେଲୱେ ଜୋନର ବରିଷ୍ଠ ଜନସମ୍ପର୍କ ଅଧିକାରୀ ଗୌରବ ବଂଶଲଙ୍କ କହିବାନୁଯାୟୀ ପୂର୍ବ ୟୁପିରେ ଲୁଟେରାମାନେ ୨୫ହଜାର ଭୋଲ୍ଟର ବିଦ୍ୟୁତ କାଟି କପର ତାରକୁ ନେଇଥାନ୍ତି । ତେବେ ଅନ୍ୟ ରାଜ୍ୟର ଲୋକମାନେ ଟ୍ରେନ ଟ୍ରାକର ପ୍ଲେଟ ଚୋରି କରି ବଜାରରେ ବିକ୍ରୀ କରିଥାନ୍ତି । ଗୋଟିଏ ମିଟର ଟ୍ରେନ ଟ୍ରାକର ଓଜନ ୬୦ରୁ ୯୦ କେଜି । ଯାହାର ମୂଲ୍ୟ ବଜାରରେ ବହୁତ ଅଧିକ ।

ଆଉ କିଛି ଚୋର ମଗ, ମିରର ଚୋରି କରୁଥିବା ବେଳେ ଆଉ କିଛି ତଉଲିଆ,କମ୍ବଳ, ଓ ବଲ ଚୋରି କରନ୍ତି ବୋଲି ବଂଶଲ କହିଥିଲେ । ଚୋରମାନେ ମେଟାଲ ପ୍ଲେଟ ଚୋରିକରୁଥିବାରୁ ଏବେ ଭାରତୀୟ ରେଳ ବିଭାଗ ଫାଇବର ବ୍ରେକ ପ୍ଲେଟ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି ।