ବିରାଟ-ଅନୁଷ୍କାଙ୍କ ବିବାହ ଖବରକୁ ନେଇ ମନଦୁଃଖ କଲେ ଜେଜେ ମା’ ! ଜାଣନ୍ତୁ କଣ ରହିଛି କାରଣ?
ଇଣ୍ଡିଆ ଟିମର କ୍ୟାପଟେନ ବିରାଟ କୋହଲି ଓ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ କେମେଷ୍ଟ୍ରି ସୋସିଆର ମିଡିଆରେ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲିଟିଛି । ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ବିରାଟ କିଛି ଦିନ ପୂର୍ବରୁ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇ ଠାରୁ ଛୁଟି ପାଇଁ ଅନୁରୋଧ କରିଥିଲା ବେଳେ ସେପଟେ ଅନୁଷ୍କା ନୂଆ ଫିଲ୍ମର କାର୍ଯ୍ୟ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶୁଣାଯାଉଛି । ଯାହା ଫଳରେ ପ୍ରଶଂସକମାନେ କଳ୍ପନା କରିବା ନିଶ୍ଚିତ ଯେ ବିରାଟ ଓ ଅନୁଷ୍କା ଖୁବଶିଘ୍ର ବିବାହବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିରାଟ ଓ ଅନୁଷ୍କାଙ୍କ ଫ୍ୟାନଙ୍କ ପାଇଁ ଏହା ଖୁସିଖବର ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ଖୁସିର ମାହୋଲ ଭିତରେ ଅନୁଷ୍କାଙ୍କ ଜେଜେ ମା’ କିନ୍ତୁ ଉଦାସ ଅଛନ୍ତି । କାରଣ ଏପଯ୍ୟନ୍ତ ମଧ୍ୟ ସେ ଜାଣିନାହାନ୍ତି ଯେ,ତାଙ୍କ ଗେହ୍ଲା ନାତୁଣୀ ଅନୁଷ୍କା ବିବାହ କରିବାକୁ ଯାଉଛନ୍ତି । ଜେଜେ ମା’ଙ୍କ କହିବା ଅନୁଯାୟୀ, ଏହି ଖବର ଶୁଣି ମୁଁ ବହୁ ଖୁସି ଅନୁଭବ କରୁଛି, କାରଣ ମୋର ନାତୁଣୀ ଏକ ନୂଆ ଜୀବନରେ ପାଦ ଥାପିବାକୁ ଯାଉଛି କିନ୍ତୁ ଦୁଃଖର ବିଷୟ ଏହା କି ମୋତେ ଏହି ଖୁସି ଖବର ଏଯାଏଁ ପୁଅ ବା ନାତୁଣୀ ଅନୁଷ୍କା ଦେଇନାହାନ୍ତି ।
ସୂଚନା ଅନୁସାରେ, ଅନୁଷ୍କା ଜେଜେ ମା’ ଡେହରାଡୁନରେ ରୁହନ୍ତି । କିନ୍ତୁ ଏହି ଖୁସି ଖବର ତାଙ୍କ ପାଖରେ ଏଯାଏ ପହଂଚି ନାହିଁ । ସେଥିପାଇଁ ସେ କ୍ଷୋଭ ପ୍ରକାଶ କରିଛନ୍ତି । କାରଣ ଦାଦି ହୋଇ ବି ଏହି ଖୁସି ଖବରରୁ ବଂଚିତ ରହିଛି ।
ଅନ୍ୟପକ୍ଷରେ ଜେଜେ ମା’ ଏହା ବି ଅଭିଯୋଗ କହିଛନ୍ତି ଯେ ତାଙ୍କ ପୁଅ ପୂର୍ବରୁ ପ୍ରତିଦିନ ଫୋନ କରି ଭଲମନ୍ଦ କଥା ସବୁ କିଛି ବୁଝୁଥିଲେ । କିନ୍ତୁ ଏବେ ସେ ଡେଲି କରୁଛି ନା ଭଲମନ୍ଦ କଥା ବୁଝୁଛି । ଏପରିକି ମଝିରେ ମଝିରେ ପୁଅ ଫୋନ କରିବା ସତ୍ତେ୍ୱ ମଧ୍ୟ ନାତୁଣୀର ବାହାଘର ନେଇ କୌଣସି ଖବର ଦେଇନାହାନ୍ତି । ସୋସିଆଲ ମିଡିଆରେ ନାତୁଣୀର ବାହାଘର ନେଇ ଖବର ପ୍ରକାଶ ପାଇବା ପରେ ସେ ଏହି ବିଷୟରେ ଜାଣିଥିଲେ । ତେବେ ବିବାହ ଖବର ବି ଏହି ମିଡିଆ ଦ୍ୱାରା ହିଁ ଜଣାପଡିବ ବୋଲି କହି ମନଦୁଃଖ କରିଛନ୍ତି ଅନୁଷ୍କାଙ୍କ ଜେଜେ ମା’ ।
ଜେଜେ ମା’ ଏହା ବି କହିଛନ୍ତି ଅନୁଷ୍କାକୁ ମୁଁ ସବୁଠାରୁ ଅଧିକ ଭଲ ପାଏ । ମୋର ଆଶିର୍ବାଦ ସବୁବେଳେ ଅନୁଷ୍କା ସହ ରହିଛି । ପାଖରେ ନଥିଲେ ବି ଦୂରରେ ଥାଇ ବି ମୋ ଆଶିର୍ବାଦ ତା ପାଖରେ ସବୁବେଳେ ରହିଛି । ମୋର ଗେହ୍ଲୀ ନାତୁଣୀ ଅନୁଷ୍କା ଓ ବିରାଟ ସବୁବେଳେ ଖୁସିରେ ଥାନ୍ତୁ ବୋଲି କହିଛନ୍ତି ସେ ।ଡେହାରାଡୁନର ନେଶାବିଲା ଅଞ୍ଚଳରେ ଅନୁଷ୍କାଙ୍କ ପୈତୃକ ଘର । ଯେଉଁଠାରେ ଅନୁଷ୍କାଙ୍କ ପିତା ତାଙ୍କ ବାଲ୍ୟକାଳ କଟାଇଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଅନୁଷ୍କାଙ୍କ ପିତା ଡେହାରାଡୁନ ସିଫ୍ଟ ହୋଇଥିଲେ । କିନ୍ତୁ ଏବେ ମଧ୍ୟ ସେହି ପୁରୁଣା ଘରେ ଅନୁଷ୍କାଙ୍କ ଜେଜେ ମା’ ରହୁଛନ୍ତି ।