ମୁଣ୍ଡବିନ୍ଧା ସମସ୍ୟା ଦୂର କରିବ ପ୍ରାଣାୟମ ! ଆପଣାନ୍ତୁ କିଛି ଟିପ୍ସ

138

ଆଧୁନିକ ଜୀବନଶୈଳୀ ଓ କାର୍ଯ୍ୟବ୍ୟସ୍ତତା ଭିତରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଏବେ ଏକ ସାଧାରଣ କଥା ହୋଇଗଲାଣି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ପେନକିଲର ଖାଇଥାନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ପେନକିଲର ଖାଇବା ଦ୍ୱାରା ଶରୀର ଉପରେ ଅନେକ କୁ-ପ୍ରଭାବ ପଡିଥାଏ । କିନ୍ତୁ ପେନକିଲର ବିନା ମଧ୍ୟ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ । ଏଥିପାଇଁ ପ୍ରାଣାୟମର ଆବଶ୍ୟକତା ରହିଛି । ଅନୁଲୋମ ବିଲୋମ ଏବଂ କପାଳଭାତି ପ୍ରାଣାୟମ କରିବା ଦ୍ୱାରା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ଦୂର କରାଯାଇପାରିବ ।

ଅନୁଲୋମ ବିଲୋମ:

ଏହି ଆସନକୁ କରିବା ପାଇଁ ପ୍ରଥମେ ପଦ୍ମାସନରେ ବସନ୍ତୁ । ଏହାପରେ ଡାହାଣ ହାତର ବୃଦ୍ଧାଙ୍ଗୁଳି ସାହାର୍ଯ୍ୟରେ ନାକର ଡାହାଣ ଛିଦ୍ର ବନ୍ଦ କରି ବାମ ଛିଦ୍ରରେ ୫ ଗଣିବା ପର୍ଯ୍ୟନ୍ତ ପ୍ରଶ୍ୱାସ ନିଅନ୍ତୁ ।
-ଏହାପରେ ନାକର ବାମ ଛିଦ୍ରକୁ ଅନାମିକା ଆଙ୍ଗୁଠିରେ ବନ୍ଦ କରି ଡାହାଣ ନାକ ଦ୍ୱାରା ନିଃଶ୍ୱାସ ଛାଡନ୍ତୁ ।
-ଏହାପରେ ଏହି ପ୍ରକ୍ରିୟା ବାମ ପଟ ନାକରେ ମଧ୍ୟ କରନ୍ତୁ । ଏହି ପ୍ରଣାୟମକୁ ୫-୧୫ ମିନିଟ ପର୍ଯ୍ୟନ୍ତ କରିପାରିବେ ।

କପାଳଭାତି ପ୍ରଣାୟମ:
କପାଳଭାତି ପ୍ରଣାୟମ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ଏହି ଆସନକୁ କରିବା ପାଇଁ ପ୍ରଥମେ ଏକ ଖୋଲା ସ୍ଥାନରେ ପଦ୍ମାସନରେ ବସନ୍ତୁ ।
-ଏହାପରେ ନାକର ଦୁଇଟି ଛିଦ୍ରରେ ନିଃଶ୍ୱାସ ଛାଡନ୍ତୁ । ଏହା ସହିତ ପେଟକୁ ଭିତର ଆଡକୁ ଟାଣି ରଖନ୍ତୁ ।
-ଏହା ପରେ ପୁଣି ଥରେ ପ୍ରଶ୍ୱାସ ନିଅନ୍ତୁ ଓ ପେଟକୁ ଯଥାସମ୍ଭବ ବହାରକୁ କରନ୍ତୁ । ପ୍ରଥମ ଦିନରୁ ଏକ ମିନିଟ ଯାଏଁ ଏହାକୁ କରିବା ପାଇଁ ଚେଷ୍ଟା କରନ୍ତୁ । ପରେ ଧୀରେ ଧୀରେ ସମୟ ବଢାଇ ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ।
-ଏହା କରିବା ଦ୍ୱାରା ମାନସିକ ଚାପ ଦୂର ହେବା ସହିତ ମୁଣ୍ଡ ବିନ୍ଧା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଲାଭ:
-ଅନୁଲୋମ ବିଲୋମ ପ୍ରଣାୟମର ଅଭ୍ୟାସ କରିବା ଦ୍ୱାରା ଶୁଦ୍ଧ ବାୟୁ ଶରୀର ଭିତରକୁ ଯାଇଥାଏ ଏବଂ ଅଙ୍ଗାରକାମ୍ଳ ବାହାରିଥାଏ । ଯାହା ଫଳରେ ଫୁସଫୁସର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।
-ମସ୍ତିଷ୍କର ବିଚାର କରିବାର କ୍ଷମତା ବଢିବା ସହିତ ଏକାଗ୍ରତା ବୃଦ୍ଧି ପାଇଥାଏ ।
-ହୃଦରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଅନୁଲୋମ ବିଲୋମର ଅଭ୍ୟାସ ପ୍ରତ୍ୟେକ ଦିନ କରିବା ଉଚିତ । ଯାହା ତାଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।