ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର ! ସମସ୍ତଙ୍କ ନଜର, ଓଡ଼ିଶାରେ କ’ଣ କହିବେ ମୋଦି ?

84

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର । ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ଏଭଳି ସ୍ଥିତିରେ କ’ଣ କହିବେ ମୋଦି? ତାକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଓଡ଼ିଶାରେ କ’ଣ କହିବେ ମୋଦି ? କ’ଣ ରହିବ ବିଜେପିର ଆଭିମୁଖ୍ୟ ଏସବୁ ଉପରେ ନଜର ଅଟକିଛି ।

ନବୀନଙ୍କୁ ନେଇ ନରମ ହେବେ ନା’ ସିଧାସଳଖ ଆକ୍ରମଣ କରିବେ ମୋଦି ଏସବୁ ପ୍ରଶ୍ନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ପ୍ରଧାନମନ୍ତ୍ରୀ ଅରଗୁଳରୁ ୧୪ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଖୋର୍ଦ୍ଧାରେ ଜନସଭା, ଆଇଆଇଟି ଏବଂ ନାଇଜର କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ବିଜେପି ଫୋକସରେ ଓଡିଶା । ମାତ୍ର ୨୪ ଦିନ ଭିତରେ ୩ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ଓଡିଶା ଆସୁଛନ୍ତି ମୋଦି । କରିବେ ମାରାଥନ ଶିଳାନ୍ୟାସ, ଉଦଘାଟନ ଓ ଯୋଜନାର ଘୋଷଣା ।