ଔଷଧର ଷ୍ଟ୍ରିପ ଉପରେ ଥିବା ଏହି ନାଲି ରଙ୍ଗର ପଟିର ଅର୍ଥ କ’ଣ ? ଜାଣନ୍ତୁ, ନଚେତ୍ ହୋଇପାରେ ଏହି ସମସ୍ୟା

83

ସାଧାରଣତଃ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେବା ଦ୍ୱାରା ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ମେଡିକାଲ ଷ୍ଟୋର ଯାଇ ଔଷଧ କିଣି ଆଣନ୍ତି । ବେଳେବେଳେ ଔଷଧ ଦୋକାନୀ ଏମିତି ଔଷଧ ଦେଇଦିଅନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ବି ଏମିତି କରୁଛନ୍ତି, ତେବେ ଆପଣଙ୍କୁ ଔଷଧ କିଣିବା ସମୟରେ କିଛି ଦିଗ ଉପରେ ସବୁବେଳେ ଧ୍ୟାନ ଦେବା ଜରୁରୀ । ଯଦି ଟଙ୍କା ସଂଚୟ କରିବା ଚକ୍କରରେ ଯଦି ଏମିତି ନକରିବେ, ତେବେ ହୋଇପାରେ ଆପଣ କୈାଣସି ନୁଆ ରୋଗକୁ ନିମନ୍ତ୍ରଣ ଦେଉଛନ୍ତି । ଆସନ୍ତୁ ଜାଣିବା ଔଷଧ ବିଷୟରେ କିଛି ତଥ୍ୟ ।

ଆପଣ ସମସ୍ତେ ଅନେକ ଥର ଔଷଧ ର ଷ୍ଟ୍ରିପ୍ ରେ ନାଲି ପଟ୍ଟି ହୋଇଥିବାର ଦେଖିଥିବେ । ଏହାର ଅର୍ଥ ହେଉଛି- ଏହି ପ୍ରକାରର ଔଷଧ ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନ ଦିଆଯାଇପାରିବନି । କୈାଣସି ଔଷଧ ଦୋକାନୀ ବିନା ଡାକ୍ତରଙ୍କ ପ୍ରେସକ୍ରିପ୍ସନରେ ବିକ୍ରି କରିପାରିବନି କି ବ୍ୟବହାର କରିବାର ପରାମର୍ଶ ଦେଇପାରିବନି । ଆଣ୍ଟି ବାୟୋଟିକ୍ ଔଷଧର ଖରାପ ବ୍ୟବହାରକୁ ରୋକିବା ପାଇଁ ଔଷଧ ଉପରେ ଏହି ବିଶେଷ ନାଲି ରଙ୍ଗର ପଟ୍ଟି ଦିଆଯାଇଥାଏ ।