କ’ଣ ଏହି ଜିଓ ଗିଗା ଫାଇଭର୍ ? କିଭଳି ହେବ ଟି.ଭିରୁ ଭିଡିଓ କଲିଙ୍ଗ୍ ? ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

50

ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରୀର ୪୧ ତମ ସାଧାରଣ ବୈଠକ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରୁ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀ ପରଦା ଉଠାଇଲେ । ଯେଉଁଥିରେ ଜିଓ-ଫାଇଭର୍ ଅନ୍ୟତମ । ଏହା ଏକ ଫିକ୍ସ ବ୍ରଡବ୍ରାଣ୍ଡ କନେକ୍ସନ୍ ଯେଉଁଥିରେ ୧୦୦ ଏମବିପିଏସର ସ୍ପୀଡର ସୁବିଧା ମିଳିବ ବୋଲି ସୁଚନା ଦିଆଯାଇଛି । ଏଥିରେ ୪କେ ଭିଡିଓ,ସ୍ମାର୍ଟଫୋନ୍,ଅନଲାଇନ୍ ଗେମ୍ ଭଳି କେତେକ ସୁବିଧା ଦିଆଯାଇଛି । ଜିଓ ଗିଗା ଫାଇଭର୍ ଜରିଆରେ ମଲ୍ଟି ପାର୍ଟି ଭିଡିଓ କନଫେନ୍ସିଙ୍ଗ୍ ହୋଇପାରିବ ଏବଂ ଭଏସ୍ ଆକ୍ଟିଭେଟେଡ୍ ଭର୍ଚୁଆଲ୍ ଆସିଷ୍ଟେଡ୍ ସର୍ଭିସ୍ ଦିଆଯାଏ ।

ତେବେ କମ୍ପାନୀ ଦୁଇବର୍ଷ ଧରି ଏଫଟିଟିଏଚର ଟେଷ୍ଟ୍ କରୁଛି ଏବଂ ଏହି ସର୍ଭିସର ଗୋଟିଏ ମୁଖ୍ୟ ସୁବିଧା ହେଉଛି ଏହାଦ୍ୱାରା ଆପଣ ଗିଗା ଟି.ଭି. ମଧ୍ୟ ଦେଖିପାରିବେ । ଅନ୍ୟ ଏକ ଖାସ୍ କଥା ହେଉଛି କି ଜିଓ ଗିଗା ଟି.ଭିରୁ ଆଉ ଏକ ଗିଗା ଟି.ଭିକୁ ଭିଡିଓ କଲିଙ୍ଗ୍ ମଧ୍ୟ କରିହେବ । ଆସନ୍ତା ବର୍ଷ କମ୍ପାନୀର ଟାର୍ଗେଟ୍ ଭାରତର ୩୦ ସହରରେ ଜିଓ ଗିଗା ଫାଇଭରର କନେକସନ୍ ରହିବାକୁ ନେଇ ରହିଛି । ଜିଓ ଗିଗା ଫାଇଭର ଅନ୍ୟ ନେଟୱାର୍କଠାରୁ ସ୍ପିଡ୍ ରହିବ ବୋଲି କମ୍ପାନୀର ବିଶ୍ୱାସ ରହିଛି । ତେବେ ଏହାକୁ ୧,୧୦୦ ସହରରେ ଆରମ୍ଭ କରାଯିବାକୁ କମ୍ପାନୀ ମୁଖ୍ୟ କହିଛନ୍ତି ।

ଜିଓ ଗିଗା ଫାଇଭର୍ କ’ଣ?

ଜିଓ ଗିଗା ଫାଇଭର୍ ‘ଟୁ ଦ ହୋମ୍’ ର ଅର୍ଥ ଏଫଟିଟିଏଚର ସହ ଜଡିତ ହୋଇଥାଏ । ଏଫଟିଟିଏଚର ଅର୍ଥ ହେଉଛି ଯଦି ଆପଣଙ୍କୁ ଇଣ୍ଟରନେଟ୍ ସର୍ଭିସ୍ ଦରକାର ତେବେ ଆପଣଙ୍କ ଘରକୁ ଏକ କେବଲ୍ ଦିଆଯିବ । ଏଫଟିଟିଏଚ୍ ଯୋଗୁଁ ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ମଧ୍ୟ ଅଧିକ ହେବ । ଏହି ସୁବିଧା ଅନଲାଇନ୍ ଗେମିଙ୍ଗରେ ମଧ୍ୟ କାମରେ ଆସିବ ।