ଆଜିଠୁ ପୁଣି ଖରା ! ୨୧ରେ ଉପକୂଳ ଓଡ଼ିଶାରେ ବର୍ଷା ସହ କାଳବୈଶାଖୀ ଆଶଙ୍କା

42

କନକ ବ୍ୟୁରୋ: ଦୁଇଦିନ ହେଲା ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ପୁରୀ, ବାରିପଦା, ହୀରାକୁଦ, କୋରାପୁଟ, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ଢ଼େଙ୍କାନାଳରେ ୧ ମି.ମି.ରୁ ଅଧିକ ବର୍ଷା ହୋଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ହାଲକା ବର୍ଷା ହୋଇଛି । କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦ କି.ମି.ରୁ ଅଧିକ ରହିଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଟିକିଏ ଆଶ୍ୱସ୍ତି ମିଳିଛି ।

ଆଜିଠାରୁ ପୁଣିଥରେ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ୩୮ ଡିଗ୍ରି ଟପିବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୧ ଓ ୨୨ ତାରିଖ ଅପରାହ୍ନରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ । ୨୩ ତାରିଖଠାରୁ ପୁଣିଥରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।