ଧର୍ମଶାଳାରେ ଅନାହାରଙ୍କୁ ଖାଦ୍ୟ ଯୋଗାଇଲେ ସମାଜସେବୀ । ତାଲାବନ୍ଦ ବେଳେ ଭୋକିଲାଙ୍କ ମୁହଁରେ ଆହାର ଦେଇ ପ୍ରଶଂସା ସାଉଂଟିଲେ ହିମାଂଶୁ

ସେପଟେ, ପୁରୀରେ ଘଂଟ ବାଡେଇ ତାଲାବନ୍ଦ ନିୟମ ବାବଦରେ ସଚେତନ କରାଉଛି ପ୍ରଶାସନ

325

କନକ ବ୍ୟୁରୋ: କରୋନା ଭଳି ଦୁଃସ୍ଥିତି ସମୟରେ ଭୋକିଲାଙ୍କ ମୁହଁରେ ଆହାର । କରୋନ ଭାଇରସ ପାଇଁ ସାରା ଦେଶ ଲକଡାଉନ ଘୋଷଣା ହୋଇଥିବା ବେଳେ ଯାଜପୁର ଜିଲ୍ଳା ଜାରକା ଅଂଚଳର ଯୁବ ସମାଜସେବୀ ନିଜ ସହଯୋଗୀମାନଙ୍କୁ ଧରି ଭୋକିଲାମାନଙ୍କ ମୁହଁରେ ଦେଇଛନ୍ତି ଆହାର । ଜାରକାର ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଧରି ଧର୍ମଶାଳା ବ୍ଲକର ଆରୁହା ଅଂଚଳରେ ଥିବା ଦିବ୍ୟାଙ୍ଗ ଓ ଭୋକିଲାମାନଙ୍କୁ ରନ୍ଧା ଖାଦ୍ୟ ପରଷିଛନ୍ତି ।ହିମାଂଶୁଙ୍କର ଏପରି ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରାଯାଇଛି ।

ସେପଟେ, ପୁରୀରେ କରୋନା ପାଇଁ ଜାରି ରହିଛି ତାଲାବନ୍ଦ । କଟକଣା ପାଇଁ ପୁରୀ ସହର ଏବେ ଖାଁ ଖାଁ । କେବଳ ଅତି ଜରୁରୀ ସାମଗ୍ରୀ କିଣିବା ପାଇଁ ଲୋକେ ବାହାରକୁ ଆସୁଛନ୍ତି । ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ ବି କିଣୁଛନ୍ତି । ଏ ତ ହେଲା ପୁରୀ ଜିଲ୍ଲାର ଆକାଶ ମାର୍ଗର ଚିତ୍ର । ତେବେ ପୁରୀ ଜିଲ୍ଲାରେ ଗାଁ ଗୁଡିକରେ ବି ଲୋକଙ୍କୁ କରାଯାଉଛି ସଚେତନ । ଗାଁରେ ଘଂଟ ପିଟି ଲୋକଙ୍କୁ କିପରି ସଚେତନ ରହିବାକୁ ହେବ ସେ ନେଇ ସଚେତନ କରାଯାଉଛି ।