ଗ୍ରାଉଣ୍ଡ ଜିରୋରେ ୫-ଟି ସଚିବ : ଲୋକଙ୍କ ସହ ଧାଡ଼ିରେ ଛିଡ଼ାହେଲେ, ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

2,929

କନକ ବ୍ୟୁରୋ : ଆହାର ଖାଇଲେ ୫ଟି ସଚିବ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ ପରି ଖାଇବା ପାଇଁ ଧାଡ଼ିରେ ମଧ୍ୟ ଛିଡ଼ାହୋଇଥିଲେ  ପାଣ୍ଡିଆନ୍ । କେବଳ ୫ଟି ସଚିବ ନୁହଁନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆହାର କେନ୍ଦ୍ରରେ ଛିଡ଼ା ହୋଇ ଆହାର ଖାଇଲେ । ଆହାର ଖାଇବା ସହ ଆହାର କେନ୍ଦ୍ରର ଖାଦ୍ୟର ମାନ,ପରିମାଣ ଓ ସ୍ୱଚ୍ଛତା ବିଷୟରେ ପଚାରି ବୁଝିଛନ୍ତି ୫ଟି ସଚିବ । ଲୋକଙ୍କ ସହ ଛିଡ଼ା ହୋଇ ଆହାର ଖାଇବା ପରେ ଟଙ୍କା ମଧ୍ୟ ଦେଇଛନ୍ତି ।

ଗ୍ରାଉଣ୍ଡ ଜିରୋରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ଗତ ୩ ଦିନ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ ।  ବୌଦ୍ଧ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି । ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ମାନ ଯାଂଚ କରିବା ସହ ଆହାର ଖାଇଛନ୍ତି ପାଣ୍ଡିଆନ୍ । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ପଚାରିବୁଝିଛନ୍ତି ଫାଇଭ ଟି ସଚିବ ।

ଏବେ ଆକ୍ସନ ମୁଡ଼ରେ ଅଛନ୍ତି ପାଣ୍ଡିଆନ୍ । ଲୋକେ ବିଭିନ୍ନ ସରକାରୀ ଯୋଜନାରେ ସୁଫଳ ପାଉଛନ୍ତି କି ନାହିଁ ପଚାରି ବୁଝିବା ଏବଂ ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହା ପରେ ନୟାଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।