ଭାଇଜାଗ ରାଗିଙ୍ଗ ମାମଲା ! ତଦନ୍ତ ପାଇଁ ଆଜି ବିଶାଖାପଟଣା ଯିବ ସମ୍ବଲପୁର ପୋଲିସର ୨ ଜଣିଆ ଟିମ୍

25

କନକ ବ୍ୟୁରୋ : ଭାଇଜାଗରେ ଛାତ୍ରଙ୍କୁ ରାଗିଙ୍ଗ ମାମଲାର ତଦନ୍ତ ପାଇଁ ଆଜି ବିଶାଖପାଟଣା ଯିବ ସମ୍ବଲପୁର ପୋଲିସର ୨ ଜଣିଆ ଟିମ୍ । ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ସେପଟେ ବିଶାଖପାଟଣାର ପିଏମପାଲେନ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ।

ଆନ୍ଧ୍ରପ୍ରଦେଶ ଭାଇଜାଗର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟ୍ରେ ଯୁକ୍ତ ଦୁଇରେ ପଢୁଥିବା ସମ୍ବଲପୁରର ଛାତ୍ର ଶ୍ରେୟଶ କେଶରୀୱାନ ରାଗିଙ୍ଗର ଶିକାର ହୋଇ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ । ଗତକାଲି ଶ୍ରେୟସଙ୍କ ମୃତଦେହ ଗଡପୋଷ ପହଂଚିବା ପରେ ଉତେଜନା ଦେଖା ଦେଇଥିଲା । ଅଭିଯୁକ୍ତକୁ ଗିରଫ ଓ କ୍ଷତିପୂରଣ ଦାବିରେ ଗଡପୋଷରେ ରେଳ ରୋକ କରିଥିଲେ ଉତ୍ୟକ୍ତ ଲୋକେ ।