ରାୟଗଡା ପରେ ନାରାୟଣପାଟଣା । ଦାମଙ୍କ ସପକ୍ଷରେ ପୁଣି ଚାଷୀ ମୂଲିଆ ଆଦିବାସୀ ସଂଘର ପୋଷ୍ଟର । ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଚେତାବନୀ

21

କନକ ବ୍ୟୁରୋ : ରାୟଗଡା ପରେ କୋରାପୁଟରେ ଦାମ ରାଉତଙ୍କ ସପକ୍ଷରେ ଲାଗିଲା ପୋଷ୍ଟର । ମାଓବାଦୀଙ୍କ ସମର୍ଥକ ଭାବେ ଜଣାଶୁଣା ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ନାରାୟଣପାଟଣାରେ ଲଗାଯାଇଛି ପୋଷ୍ଟର । ଯେଉଁଥିରେ ଦାମ ରାଉତଙ୍କ ମନ୍ତ୍ରୀପଦ ଯିବାନେଇ ପୁଣିଥରେ ପ୍ରଶ୍ନ କରାଯାଇଛି । ଏପରିକି ଚିଟଫଣ୍ଡରେ ସଂପୃକ୍ତି ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ପ୍ରଶ୍ନ କରାଯାଇଛି । ପୂର୍ବରୁ ଆମେ ଏହି ପ୍ରସଙ୍ଗ ରାୟଗଡାରେ ଉଠାଇଥିଲେ ମଧ୍ୟ କାହିଁକି ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପୋଷ୍ଟରରେ ପ୍ରଶ୍ନ କରାଯାଇଛି ।

ପୂର୍ବରୁ ରାୟଗଡା ଆମ୍ବଦୋଳାରେ ଏକାଧିକ ପୋଷ୍ଟର ମାରି ଦାମୋଦର ରାଉତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଥିଲା । ଦାମଙ୍କ ସପକ୍ଷରେ ବାହାରିଲେ ମାଓ ସମର୍ଥକ । ମାଓବାଦୀଙ୍କ ସମର୍ଥକ ଭାବେ ଜଣାଶୁଣା ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ପୂର୍ବତନ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ସପକ୍ଷରେ ଏହି ପୋଷ୍ଟର ଲଗାଯାଇଥିଲା ।

ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇ ମନ୍ତ୍ରୀପଦରୁ ବହିଷ୍କାର କରିଥିବାରୁ ଏହାକୁ ପୋଷ୍ଟରରେ ବିରୋଧ କରାଯାଇଥିଲା । ଏପରିକି ଦାମୋଦର ରାଉତଙ୍କୁ ମାଓବାଦୀଙ୍କ ନେତା ଓ ଭଗବାନ ବୋଲି ପୋଷ୍ଟରରେ ଲେଖାଯାଇଥିଲା । ମାଲ୍ୟବନ୍ତ ଉତ୍ସବରେ ଦାମ ବାବୁ ଆଦିବାସୀଙ୍କ ସଂପର୍କରେ ବହୁତ ଭଲକଥା କହିଥିଲେ ବୋଲି ଏଥିରେ ଉଲ୍ଲେଖ ରହିଥିଲା । ଏପରିକି ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ୟ୍ୟାନୁଷ୍ଠାନ ନେଉନଥିବାବେଳେ ଦାମଙ୍କ ବିରୋଧରେ କାହିଁକି କାର୍ୟ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରାଯାଇଥିଲା ।

ମାଲକାନଗିରି ମାଲ୍ୟବନ୍ତ ଉତ୍ସବରେ ଆଦିବାସୀଙ୍କୁ ସ୍ୱାଭିମାନୀ କହିବା ସହ ବ୍ରାହ୍ମଣ ଭିକ ମାଗନ୍ତି ବୋଲି କବିହା ପରେ ମନ୍ତ୍ରୀପଦରୁ ବିଦା ହୋଇଥିଲେ । ଏହାପରେ ଦାମ ବାବୁ ଆଦିବାସୀଙ୍କ ନେତା ଓ ଭଗବାନ କହି ରାୟଗଡାରେ ପୋଷ୍ଟର ମାରିଥିଲା ଚାଷୀ ମୂଲିଆ ଆଦିବାସୀ ସଂଘ ।