ଶ୍ରୀଲଙ୍କାରେ ତ୍ରିରଙ୍ଗା ଉଡାଇଲା ଟିମ୍ ଇଣ୍ଡିଆ ! ପତାକା ଉତ୍ତୋଳନ କଲେ ଅଧିନାୟକ ବିରାଟ କୋହଲୀ

72

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଉଡିଲା ତ୍ରିରଙ୍ଗା । କ୍ୟାଣ୍ଡିରେ ଭାରତୀୟ କ୍ରିକେଟ୍ ଦଳ ସ୍ୱାଧୀନତା ଦିବସ ପାଳନ କରିଛି । ଅଧିନାୟକ ବିରାଟ କୋହଲୀ ପତାକା ଉତ୍ତୋଳନ କରିଛନ୍ତି । କୋଚ୍ ରବି ଶାସ୍ତ୍ରୀ ଓ ୧୫ଜଣିଆ ସ୍କ୍ୱାଡଙ୍କ ସହ ସମସ୍ତ ସପୋର୍ଟ ଷ୍ଟାଫ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଦଳର କୋଚ ରବି ଶାସ୍ତ୍ରୀଙ୍କ ପରିଚାଳିତ ଏଇ ଉତ୍ସବରେ ପତାକା ଉତ୍ତୋଳନ ପରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଟିମ୍ ଇଣ୍ଡିଆ ସ୍ୱାଧୀନତା ଦିବସ ପାଳନ କରୁଥିବାର ଏହି ଭିଡିଓକୁ ଟ୍ୱିଟ୍ ଜରିଆରେ ସେୟାର କରିଛି ବିସିସିଆଇ ।