ମନ୍ଦିର ପରିସରରେ କଙ୍ଗାରୁ କୋର୍ଟ ! ଅସହାୟତାର ସୁଯୋଗ ନେଇ ପ୍ରେମୀଯୁଗଳଙ୍କୁ ଅସାମାଜିକ ଯୁବକଙ୍କ ମାଡ ସହ ଅସଦାଚରଣ, ଭିଡିଓ ଭାଇରାଲ

20

କନକ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ଭିଡିଓକୁ ନେଇ ପୁଣି ଚର୍ଚ୍ଚାରେ ଆସିଛି ନୟାଗଡ । ଏହି ଭିଡିଓରେ କିଛି ଅସମାଜିକ ଯୁବକ ପ୍ରେମୀଯୁଗଳକଙ୍କ ଅସହାୟତାର ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଯାହା ଜାଣିବାକୁ ମିଳୁଛି କି, ଏହି ପ୍ରେମୀଯୁଗଳ ପରସ୍ପରକୁ ଭେଟିବାକୁ ମନ୍ଦିରକୁ ଆସିଥିଲେ । ଏହାର ସୁଯୋଗ ନେଇ ୫-୬ ଜଣ ଅସମାଜିକ ଯୁବକ ପ୍ରେମୀଯୁଗଳଙ୍କୁ ଆଣ୍ଠେଇ ଦେଇଥିଲେ ।

ଏପରିକି ଦୁହିଁଙ୍କୁ ବାଡିରେ ମାରିବା ସହ ଅସଦାରଣ କରିଥିବା ଏହି ଭିଡିଓରେ ନଜର ଆସିଛି । ଏପରିକି ପ୍ରେମୀଯୁଗଳ ଯେତେ କାକୁତିମିନତି ହେଲେ ବି କେହି ଶୁଣିନଥିଲେ । ନୟାଗଡ ଅଂଚଳର ଯୁବତୀ ଜଣକ ଦଶପଲ୍ଲା ଅଂଚର ଯୁବକଙ୍କ ସହ ବସି ଏକ ମନ୍ଦିରରେ କଥା ହେଉଥିବାବେଳେ ଅସାମାଜିକ ଯୁବକମାନେ ସେମାନଙ୍କ ପ୍ରତି ଅସଦାଚରଣ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହି ୧ ମିନିଟ୍ ୪୯ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲିଛି। ଯୁବତୀ ଜଣଙ୍କ ତାଙ୍କ ଘର ନୟାଗଡ଼ ବ୍ଲକ୍ ଅଞ୍ଚଳରେ କହୁଥିବା ବେଳେ, ଯୁବକ ଜଣଙ୍କ ତାଙ୍କ ଘର ଦଶପଲ୍ଲା ବ୍ଲକ ଅଞ୍ଚଳରେ କହୁଥିବା ଶୁଣିବାକୁ ମିଳିଛି। ଏହି ପ୍ରେମୀଯୁଗଳଙ୍କୁ ନିର୍ୟାତନା ଦେଇଥିବା ଅସାମାଜିକ ଯୁବକଙ୍କୁ ପୁଲିସ୍ ଧରି ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ସାଧାରଣରେ ଦାବି ହୋଇଛି।