ମାଲକାନଗିରି ଜିଲ୍ଲାରେ ମାତିଲେ ମାଓବାଦୀ । ଲାଲବାହିନୀ ଭୟରେ ଭିଟାମାଟି ଛାଡିଲେ ୫ ପରିବାରର ୩୫ ସଦସ୍ୟ

31

କନକ ବ୍ୟୁରୋ : ଲାଲବାହିନୀ ଭୟରେ ଭିଟାମାଟି ଛାଡିଲେ ଗାଁ ଲୋକ । ୫ଟି ପରିବାରର ପ୍ରାୟ ୩୫ ସଦସ୍ୟଙ୍କୁ ଗାଁରୁ ବିତାଡିତ କଲେ ମାଓବାଦୀ । ସରକାର ଓ ପୋଲିସକୁ ସହଯୋଗ କରୁଥିବା ଅଭିଯୋଗ କରି ଏହି ପରିବାରମାନଙ୍କୁ ଗାଁ ଛାଡିବାକୁ ଧମକ ଦେଇଥିଲେ ମାଓବାଦୀ । ଫଳରେ ଭୟରେ ଗାଁ ଛାଡି ଦେଇଛନ୍ତି ୫ ଟି ପରିବାରର ଲୋକ ।

କାଲିମେଳା ଥାନା କୁରୁବ ଗାଁର ଆନ୍ଦା ମାଢୀ, ବାଣ୍ଡି ମାଡକାମି, ଦୁଲା ମାଡକାମି, ଜଗା ମାଢି ଓ ଡମରୁ ନାୟକଙ୍କ ପରିବାରଙ୍କୁ ତୁରନ୍ତ ଗାଁ ଛାଡ଼ିବାକୁ  ମାଓବାଦୀ ମାନେ ଧମକ ଦେଇଥିଲେ । ଏହା ପରେ ଏମାନେ ଗାଁ ଛାଡି ନିଜ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । କେଡେଲମେଟଲା ଗାଁ ରେ ଦୁଇ ପରିବାର ଆଶ୍ରୟ ନେଇ ଥିବା ବେଳେ ଦୁଇ ପରିବାର ମାଙ୍ଗିପାଲି ଗାଁ ରେ ଆଶ୍ରୟ ନେଇଛନ୍ତି ।