ପ୍ରତିଶୋଧର ନିଆଁ ମଣିଷକୁ କରିଦେଲା ଅନ୍ଧ ! ଏକା ସାଙ୍ଗେ ୩୦୦ କୁମ୍ଭୀରକୁ ମାରିଦେଲେ ଗ୍ରାମବାସୀ ।

72

ଗୋଟାଏ ପ୍ରଜନନ ଫାର୍ମରେ ଜଣେ ଲୋକକୁ କୁମ୍ଭୀରଟିଏ ମାରି ପକାଇବାରୁ ପ୍ରତିଶୋଧ ନେବାକୁ ଛୁରି, ହାତୁଡ଼ି ଓ ଠେଙ୍ଗା ଦ୍ୱାରା ଇଣ୍ଡୋନେସୀୟ ଗ୍ରାମବାସୀମାନେ ୩୦୦ଟି କୁମ୍ଭୀର ହତ୍ୟା କରିଛନ୍ତି । ପୂର୍ବାଞ୍ଚଳ ଇଣ୍ଡୋନେସୀୟର ୱେଷ୍ଟ୍ ପପୁଆ ପ୍ରଦେଶର ସୋରଙ୍ଗ ଜିଲ୍ଲାରେ ଲହୁଲୁହାଣ ହୋଇଥିବା କୁମ୍ଭୀର ମଢ଼ କାଣ୍ଡି ହୋଇଥିବାର ଫଟୋ ରିଲିଜ୍ କରିଛି ଅନ୍ତରା ନିଉଜ୍ ଏଜେନ୍ସି । ୱେଷ୍ଟ୍ ପପୁଆସ୍ଥିତ ‘ଇଣ୍ଡୋନେସିଆନ୍ ନେଚୁରାଲ୍ ରିସୋର୍ସେସ୍ କଞ୍ଜର୍ଭେସନ୍ ଏଜେନ୍ସି’ର ମୁଖ୍ୟ ବସର୍ ମନୁଲାଙ୍ଗ୍ କହନ୍ତି ଯେ ୪୮ ବର୍ଷିୟ ପୀଡ଼ିତ କୁମ୍ଭୀର ଫାର୍ମରେ ପଶି ଗୋରୁଙ୍କ ପାଇଁ ଘାସ କାଟୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା । କେହି ଜଣେ ଜୀବନ ବିକଳେ ଚିତ୍କାର କରୁଥିବା ଶୁଣି ଜଣେ କର୍ମଚାରୀ ସେଠାକୁ ଧାଇଁ ଯାଇ ଦେଖିଲେ ଜଣକୁ କୁମ୍ଭୀର ଆକ୍ରମଣ କରୁଛି ।

ଶନିବାର ଦିନ ନିହତ ବ୍ୟକ୍ତିଙ୍କ ଶବ ସତ୍କାର ପରେ ଗ୍ରାମବାସୀମାନେ ଫାର୍ମରେ ପଶି ସବୁ କୁମ୍ଭୀରଙ୍କୁ ମାରି ପକାଇଥିଲେ । ୨୦୧୩ ଠାରୁ ସଂରକ୍ଷିତ ଲୁଣାଜଳ ଓ ନିଉ ଗିନି କୁମ୍ଭୀର ପ୍ରଜନନ ପାଇଁ ଫାର୍ମକୁ ଲାଇସେନ୍ସ ମିଳିଥିଲା । କିନ୍ତୁ, ସର୍ତ୍ତ ଥିଲା ସେ ସରୀସୃପଗୁଡ଼ିକ ମଧ୍ୟରୁ କେହି ଯେମିତି ଗ୍ରାମର ସେ ସମ୍ପ୍ରଦାୟଙ୍କର ହାନି ନ କରେ । ଏ ଭଳି ଅଘଟଣକୁ ରୋକିବାକୁ ଲାଇସେନ୍ସ ପାଇଥିବା ଫାର୍ମବାଲା ଚତୁପାର୍ଶ୍ୱରେ ବାଡ଼ ପୋତିବା କଥା । ପୁଲିସ ଘଟଣାର ତଦନ୍ତ କରୁଛି । କୁମ୍ଭୀର ଈଶ୍ୱରଙ୍କ ଜୀବ ହୋଇଥିବାରୁ ତାଙ୍କୁ ମଧ୍ୟ ସୁରକ୍ଷା ଦେବା କଥା ବୋଲି ସେ କହିଛନ୍ତି ।