ଏମିତି ଏକ ଅଜବ ଗାଁ ! ଯେଉଁଠି ସୂର୍ଯ୍ୟ ଉଦୟ ହୁଏ ନାହିଁ

125

ଦୁନିଆ ଅଦ୍ଭୁତ ଆଶ୍ଚର୍ଯ୍ୟ ସ୍ଥାନରେ ପରିପୂର୍ଣ୍ଣ । ଏବେ ଏହି ସ୍ଥାନ ଭିତରେ ଆଉ ଏକ ନାଁ ଯୋଡି ହୋଇଛି ଇଟାଲୀର ବିଗଲ୍ଲେନା ଗାଁ । ଏହି ଗାଁ ଏଥିପାଇଁ ଏକ ଭିନ୍ନ ଗାଁ ଭାବେ ଚର୍ଚ୍ଚିତ କାରଣ ଏଠାରେ କେବେ ସୂର୍ଯ୍ୟ ଉଦୟ ହୁଏ ନାହିଁ । ତାଠାରୁ ବଡକଥା ହେଲା ଏଠାରେ ବାସ କରୁଥିବା ଲୋକମାନେ ନିଜର ଏକ ସୂର୍ଯ୍ୟ ତିଆରି କରିଛନ୍ତି । କଥାଟା ଶୁଣିଲେ ଆପଣଙ୍କୁ ହୁଏତ ମିଛ ଲାଗୁଥାଇ ପାରେ ମାତ୍ର ସତ୍ୟ  ।

ସୂଚନା ଅନୁସାରେ,ଏହି ଗାଁ ନିକଟରେ ଥିବା ଏକ ବଡ ପାହାଡ ସୂର୍ଯ୍ୟଙ୍କ କିରଣକୁ ଏଭଳି ଭାବରେ ଆଚ୍ଛାଦିତ କରି ରଖିଥିଲା ଯେ, ଗାଁ ମଧ୍ୟକୁ ଏହାର ସାମାନ୍ୟ କିରଣ ମଧ୍ୟ ପହଂଚି ପାରି ନଥିଲା । ଏହି ଗାଁ ମିଲାନର ଉତ୍ତର ଭାଗର ୧୩୦ କିଲୋମିଟର ତଳେ ଅବସ୍ଥାପିତ ଯେଉଁ କାରଣରୁ ଦୀର୍ଘ ଦିନ ଧରି ସୂର୍ଯ୍ୟ କିରଣରୁ ବଂଚିତ ହୋଇ ରହିଆସୁଥିଲେ ଏହି ଗ୍ରାମବାସୀ । ତେବେ ଗାଁ ଲୋକ  ଏକପ୍ରକାର ଭାବି ନେଇଥିଲେ କି ସେ କେବେ ସୂର୍ଯ୍ୟଙ୍କ କିରଣକୁ ଅନୁଭବ କରିପାରିବେ ନାହିଁ ।

ମାତ୍ର ସେହି ଗାଁର କିଛି ଯନ୍ତ୍ରୀ ତଥା ଆର୍କିଟେକଚର ସୂର୍ଯ୍ୟ କିରଣ ତାଙ୍କ ଗାଁରେ ପଡିବ ବୋଲି ଲୋକଙ୍କ ମନରେ ଆଶା ସଂଚାର କରିଥିଲେ । ବିଗଲ୍ଲେନା ଗାଁର ମେୟର ପେରଫ୍ରୋକ୍ ମିଦାଲୀଙ୍କ ସହାୟତାରେ ୧,୦୦,୦୦୦ ଟଙ୍କା ବ୍ୟୟରେ ୪୦ ବର୍ଗକିଲୋମିଟରର ଆଇନା କିଣାଗଲା । ଏହାକୁ ପାହାଡର ଅପର ପକ୍ଷରେ ୧,୧୦୦ କିଲୋମିଟର ଉଚ୍ଚତାରେ ଲଗାଗଲା ଏବଂ ଏହି ଆଇନାଟିକୁ ଏଭଳି ଭାବରେ ରଖାଯାଇଥିଲା ଯେପରି ସୂର୍ଯ୍ୟଙ୍କ ସଂପୂର୍ଣ୍ଣ କିରଣ ଆଇନାଟି ଉପରେ ପଡିବ ଆଉ ଯାହା ସିଧାସଳଖ ପ୍ରତିଫଳିତ ହେବ ଗାଁ ଉପରେ । ଏଭଳି ଭାବରେ ଏହି ଗାଁର ଲୋକମାନେ ନିଜ ପାଇଁ ବନାଇଥିଲେ ସୂର୍ଯ୍ୟ ।