ଭିଜିଲାନ୍ସ ଜାଲରେ କୋଟିପତି କନେଷ୍ଟବଳ : ଅନୁଗୁଳର ଏସପି ଅଫିସରେ କାର୍ଯ୍ୟରତ କନେଷ୍ଟବଳଙ୍କ ଘରେ ରେଡ

34

କନକ ବ୍ୟୁରୋ : ଭିଜିଲାନ୍ସ ହାତରେ ଧରାପଡିଛନ୍ତି କୋଟିପତି ପୋଲିସ କନଷ୍ଟେବଳ । ଅନୁଗୁଳ ଜିଲ୍ଲା ଏସପି ଅଫିସରେ କାମ କରୁଥିବା କନଷ୍ଟେବଳ ପ୍ରମୋଦ ପଟ୍ଟନାୟକଙ୍କ ଆୟ ବର୍ହିଭୂତ ସମ୍ପତି ଠାବ କରିଛି ପୋଲିସ । ଆପଣ ଏହି ଏହି କନଷ୍ଟେବଳଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କନେଷ୍ଟବଳ କୋଟି କୋଟି ସମ୍ପତ୍ତିର ଅଧିକାରୀ ।

ପ୍ରମୋଦ ପଟ୍ଟନାୟକଙ୍କ ନାଁରେ ଏକ କୋଟି ୮ ଲକ୍ଷ ୬୮୨ ଟଙ୍କାର ସମ୍ପତି ଠାବ ହୋଇଛି । ଏଥି ମଧ୍ୟରେ ରହିଛି ଦୁଇ ମହଲା କୋଠା, ବସ, କାର ଓ ସ୍କର୍ପିଓ । ବିଭିନ୍ନ ବ୍ୟାଙ୍କରେ ପ୍ରମୋଦଙ୍କ ନାଁରେ ୨ ଲକ୍ଷ ୪୦ ହଜାର ଟଙ୍କାର ଜମା ରହିଛି । ଦୁଇ ମହଲା କୋଠାର ମୂଲ୍ୟ ହେଉଛି ୪୪ ଲକ୍ଷ ୫୦ ହଜାର ଟଙ୍କା । ଭିଜଲାନ୍ସ ଏକ ସମୟରେ ୫ଟି ସ୍ଥାନରେ ରେଡ କରି ଏହି ସମ୍ପତି ଛାବ କରିଛି । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ।