ବାଲେଶ୍ୱର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ଅଫିସର ବରିଷ୍ଠ ଷ୍ଟେନୋଙ୍କ ଘରେ ଭିଜିଲାନ୍ସ ଚଢାଉ

34

କନକ ବ୍ୟୁରୋ : ଜଣେ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ରାଜ୍ୟରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରତିଦିନ କେଉଁଠି ନା କେଉଁଠି ଛାପା ମାରୁଛି ଭିଜିଲାନ୍ସ । ଏହି କ୍ରମରେ ଆଜି ବାଲେଶ୍ୱର ଆର ଆଣ୍ଡ ବି ଅଫିସର ବରିଷ୍ଠ ଷ୍ଟେନୋଙ୍କ ପାଳି ପଡିଛି ।

ବରିଷ୍ଠ ଷ୍ଟେନୋ ଉମାରାଣୀ ମାଇତିଙ୍କ ଘରେ ଭିଜିଲାନଓ ଚଢାଉ କରିଛିି । ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଉମାରାଣୀଙ୍କ ବାସଭବନ ସମେତ, ଭଦ୍ରକସ୍ଥିତ ବାପଘର ଓ ଭୁବନେଶ୍ୱର ଘରେ ରେଡ ଚାଲିଛି । ଆଜି ସକାଳୁ ସକାଳୁ ଭିଜିଲାନ୍ସର ତିନୋଟି ଟିମ୍ ଏସବୁ ସ୍ଥାନରେ ଚଢାଉ କରୁଛି ।