ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

35

ବ୍ରହ୍ମପୁର ବ୍ୟୁରୋ ,କନକ ନ୍ୟୁଜ୍ : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଛତ୍ରପୁର ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଜୟଦେବ ପ୍ରଧାନଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଛାପା ମାରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରୁ ଆସିଥିବା ୪ଟି ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ସିଦ୍ଧାର୍ଥନଗର ସ୍ଥିତ ଜୟଦେବଙ୍କ ବାସଭବନ, ଶ୍ୱଶୁରଘର, ପୋଲସରା ପୈତୃକ ଘର, ଛତ୍ରପୁର ଜନସ୍ୱାର୍ଥ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଆପାର୍ଟମେଂଟରେ ଚଢାଉ କରିଛି ଭିଜିଲାନ୍ସ ।