ହିମାଂଶୁ କରଙ୍କ ଘରେ ଭିଜିଲାନ୍ସ ଚଢାଉ : ସରକାରୀ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ

24

କନକ ବ୍ୟୁରୋ : ଡାକ୍ତର ଚାର ଶୋ ବିସ, ମୋତିଲାଲ ଗୌଡ ଲିଙ୍କରେ ହିମାଂଶୁ କର ଓରଫ ହାପିଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନ, ଖଣ୍ଡଗିରି ଜାଗମରାରେ ଥିବା ନିଜ ଘର ଓ ଶ୍ୱଶୂର ଘର ଏବଂ କିଛି ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି ।

କ୍ୟାପିଟାଲ ହସ୍ପିଟାଲର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହାପି କରଙ୍କ ଡାକ୍ତର ମୋତିଲାଲ ଗୌଡଙ୍କ ସହ ଲିଙ୍କ ସାମ୍ନାକୁ ଆସିଥିଲା। ମୋତିଲାଲ ଗିରଫ ହେବା ପରେ ଖୋଲିଛି ଏହି କୋଟିପତି କିରାଣୀଙ୍କ ରାଜ୍। ପେଶାରେ ସେ ସରକାରୀ କର୍ମଚାରୀ, ହେଲେ ମଧ୍ୟ ବସାଉଠା କରନ୍ତି ନେତା, ମନ୍ତ୍ରୀଙ୍କ ସହ। କୁହାଯାଉଛି ଏ ଥିଲେ କିଛି ଜଣାଶୁଣା ଯୁବମନ୍ତ୍ରୀଙ୍କ ଏଜେଂଟ୍। ତେବେ ହାପି କର, ମୋତିଲାଲ ଗୌଡ ଓ ଚର୍ଚ୍ଚାରେ ଥିବା ମନ୍ତ୍ରୀଙ୍କ ଭିତରେ୍ ଥିବା ତ୍ରିକୋଣୀୟ ସଂପର୍କକୁ ନେଇ ଖୋଳତାଡ ଆରମ୍ଭ ହୋଇଥିବା ସୂଚନା ମିଳିଛି।