‘କଫି ଉଇଥ କରଣ’ରେ ଏକାଠି ନଜର ଆସିବେ ବରୁଣ ଧୱନ ଓ ଆଲିଆ ଭଟ୍ଟ

29

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ବରୁଣ ଧୱନ ସିନେ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ ‘କଫି ଉଇଥ କରଣ’ରେ ନଜର ଆସିବେ । ସୋର ସେଟରେ କରଣ ଓ ଆଲିଆଙ୍କ ସହ କିଛି ଫଟୋକୁ ବରୁଣ ନିଜେ ଟ୍ୱିଟର ମାଧ୍ୟମରେ ଶେୟାର ମଧ୍ୟ କରିଛନ୍ତି । ବରୁଣ ଓ ଆଲିଆ ତାଙ୍କ ଆଗାମୀ ସିନେମା ‘ବଦ୍ରୀନାଥ କୀ ଦୁହ୍ଲନିୟା’ର ପ୍ରଚାର ପାଇଁ ଏହି ସୋରେ ଯୋଗ ଦେବେ ବୋଲି ଜଣାପଡିଛି । ଉଭୟେ କରଣଙ୍କ ସିନେମା ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଜରିଆରେ ଡେବ୍ୟୁ କରିଥିଲେ ।