ଯାଜପୁର : ପାରିବାରିକ କଳହରୁ ମାଆକୁ ହତ୍ୟା କଲା ପୁଅ

34

କନକ ବ୍ୟୁରୋ : ନିଜ ମାଆକୁ ହତ୍ୟା କଲା ପୁଅ । ଏପରି ଏକ ଅଭିଯୋଗ ଚାଂଚଲ୍ୟ ଖେଳାଇ ଦେଇଛି ଯାଜପୁର ମାର୍କଣ୍ଡପୁର ଅଂଚଳରେ । ପାରିବାରିକ କଳହରୁ ନିଜ ମାଆକୁ ପୁଅ ଓ ବୋହୂ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ମାର୍କଣ୍ଡପୁର ଗାଁ ନିକଟ ଆମ୍ବତୋଟାରେ ଗାଁର କନକ ଦେବୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

ଖବର ପାଇଁ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ କନକଙ୍କ ଭାଇ ଅଭିଯୋଗ କରିଛନ୍ତି ପାରିବାରିକ କଳହ ଯୋଗୁଁ ପୁଅ-ବୋହୂ ମିଶି ତାଙ୍କ ଭଉଣୀଙ୍କୁ ହତ୍ୟା କରିଛନ୍ତି । ଅନ୍ୟପଟେ ମୃତକଙ୍କ ପୁଅ ଏହାକୁ ଅସ୍ୱୀକାର କରିଛନ୍ତି । ତାଙ୍କ ମାଆ ଆତ୍ମହତ୍ୟା କରିଥିବା ସେ କହିଛନ୍ତି । କିପରି ମହିଳାଙ୍କ ମୃତ୍ୟୁ ହେଲା, ଏହାର କାରଣ ଖୋଜିବାକୁ ଛାନଭିନ୍ ଚଳାଇଛି ପୁଲିସ ।