ଦ୍ୱାଦଶ ପାସ୍ ଯୁବକ ଏବଂ ଯୁବତୀଙ୍କ ପାଇଁ ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ! ଜାଣନ୍ତୁ କେଉଁଠି ଏବଂ କେଉଁ ଉପାୟରେ କରିବେ ଆବେଦନ । 

59

ଦ୍ୱାଦଶ ପାସ୍ କରିଥିବା ବେରୋଜଗାର ଯୁବକ ଏବଂ ଯୁବତୀଙ୍କ ପାଇଁ ଆସିଯାଇଛି ସୁବର୍ଣ୍ଣ ସୁଯୋଗ । ଭୋପାଲରେ ସରକାରୀ ଚାକିରି ପାଇଁ ବାହାରିଛି ବିଭିନ୍ନ ପଦବୀ । ମଧ୍ୟପ୍ରଦେଶ ପ୍ରୋଫେସନାଲ୍ ଏକ୍ସାମିନେସନ୍ ବୋର୍ଡ ପକ୍ଷରୁ ବାହାରିଛି ପଦବୀ । ଇଚ୍ଛୁକ ଆବେଦନକାରୀ ନିମ୍ନରେ ଦିଆଯାଇଥିବା ସୁଚନା ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା : ୨,୭୧୪

ବିବରଣୀ : ସହାୟକ ଗ୍ରେଡ୍-୧,ଷ୍ଟେନୋଗ୍ରାଫର, ଷ୍ଟେନୋଟାଇପିଷ୍ଟ୍,ଡାଟା ଏଣ୍ଟ୍ରି, ଇତ୍ୟାଦି ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କିମ୍ବା କମ୍ପ୍ୟୁଟର ଡିପ୍ଲୋମା ଅଥବା ସମକକ୍ଷ କୌଣସି କୋର୍ସ କରିଥିବା ଆବଶ୍ୟକ ।

ବୟସସୀମା : ୧୮ ରୁ ୪୦ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ବର୍ଗ ଅନୁସାରେ ୫୦୦ ରୁ ୨୫୦ ଟଙ୍କା ମଧ୍ୟରେ ।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ମାଧ୍ୟମରେ ହେବ ।

ଅନ୍ତିମ ତାରିଖ : ୬ ଜୁଲାଇ ୨୦୧୮

ଅଧିକ ତଥ୍ୟ ଜାଣିବା ପାଇଁ ଏହି ଦୁଇଟି ୱେବସାଇଟକୁ ଯାଇପାରନ୍ତି www.vyapam.nic.in  ଏବଂ https://safalta.com/job-alert/