“ଶମଶେରା”ର ଲିଡ ଅଭିନେତ୍ରୀଙ୍କ ନାମ ଘୋଷଣା ! ରଣବୀର ସହ ନଜର ଆସିବେ ଏହି ଅଭିନେତ୍ରୀ ।

41

ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ “ଶମଶେରା”ରେ ରଣବୀର କାପୁର ଲିଡ ରୋଲରେ ନଜର ଆସିବେ । ଫିଲ୍ମରେ ରଣବୀରଙ୍କ ଫାଷ୍ଟ ଲୁକ ମଧ୍ୟ ରିଲିଜ ହୋଇସାରିଛି । ଫିଲ୍ମରେ ରଣବୀର କାପୁରଙ୍କ ନାୟିକା କିଏ ହେବେ ତାହା ମଧ୍ୟ ସ୍ଥିର ହୋଇସାରିଛି ।

“ଶମଶେରା”ରେ ଅଭିନେତ୍ରୀ ବାଣୀ କାପୁର ରଣବୀରଙ୍କ ସହ ନଜର ଆସିବେ । ଫିଲ୍ମ ନିର୍ଦ୍ଦେଶକ କରଣ ମଲହୋତ୍ରା ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଖବର ଶୁଣିବାକୁ ମିଳୁଥିଲେ ମଧ୍ୟ ଏଥିରେ କୌଣସି ପ୍ରକାର ନିଶ୍ଚିତତା ସାମ୍ନାକୁ ଆସିନଥିଲା । କିନ୍ତୁ ଏବେ କରଣ ମଲହୋତ୍ରା ଏହାକୁ ଷ୍ପଷ୍ଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଫିଲ୍ମର ଚରିତ୍ର ପାଇଁ ବାଣୀ ଉପଯୁକ୍ତ ଅଟନ୍ତି । ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଭଲ ଡ୍ୟାନ୍ସର ମଧ୍ୟ । ତେଣୁ ଦର୍ଶକଙ୍କୁ କିଛି ନୁଆ ଦେବା ପାଇଁ ପ୍ରୟାସ କରାଯାଇଛି । ଏହାକୁ ନଜରରେ ରଖି ବାଣୀ ଏହି ଚରିତ୍ର ପାଇଁ ଫିଟ ଅଟନ୍ତି ।

ଏହି ଫିଲ୍ମରେ ସଂଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି ଘୋଷଣା କରାଯାଇଛି । ଫିଲ୍ମର ଷ୍ଟାରକାଷ୍ଟ ମଜବୁତ ଥିବା ବେଳେ ଫିଲ୍ମ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି । ଶମଶେରା ରିଲିଜ ହେବା ପୂର୍ବରୁ ରନବୀର କାପୁରଙ୍କ ଅଭିନୀତ ଫିଲ୍ମ “ସଞ୍ଜୁ” ପ୍ରଥମେ ପରଦାକୁ ଆସିବ ।